ମଧୁମେହ ଏକ ସାଧାରଣ ରୋଗ ଅଟେ। ଯାହା ବିଶ୍ୱର ଅନେକ ଲୋକଙ୍କ ଭିତରେ ଦେଖିବାକୁ ମିଳିଥାଏ । ମଧୁମେହର ଲକ୍ଷଣକୁ ଠିକ୍ ସମୟରେ ଚିହ୍ନଟ କରାଗଲେ ଏହା ଗମ୍ଭୀର ପରିସ୍ଥିତିକୁ ଯିବା ପୁର୍ବରୁ ଉପଚାର କରାଯାଇପାରିବ । “ଟାଇପ ୨” ମଧୁମେହରେ ଏପରି କିଛି ଲକ୍ଷଣ ପରିଲକ୍ଷିତ ହୋଇଥାଏ ଯାହାକୁ ଚିହ୍ନଟ କରି ଏହାର ଉପଚାର କରିବା ନିହାତି ଆବଶ୍ୟକ ହୋଇଥାଏ ।
ବିଶ୍ବର ଅଧିକାଂଶ ଲୋକ ଏହି ରୋଗରେ ପୀଡ଼ିତ । ମଧୁମେହରେ ପୀଡିତ ଥିବା ସମୟରେ ରକ୍ତରେ ଶର୍କରାର ସ୍ତରକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ଅଟେ । ଏହି ରୋଗରେ ସାଧାରଣତଃ ଅସ୍ପଷ୍ଟ ଦୃଷ୍ଟିଶକ୍ତି,ମୋତିଆବିନ୍ଦୁ, ବାରମ୍ବାର ମୁଣ୍ଡବିନ୍ଧା, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା, ଓ ହୃଦୟରେ ଦ୍ରୁତ ଗତିରେ କମ୍ପନ ହେବା ଆଦି ସମସ୍ୟା ଦେଖାଯାଇଥାଏ।
ଏହି ସମସ୍ତ ଲକ୍ଷଣ ଗୁଡିକୁ ଅଣଦେଖା କରିବା ପରିବର୍ତ୍ତେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ। ଡାକ୍ତରମାନଙ୍କ କହିବା ଅନୁସାରେ ଏହି ରୋଗ ଶରୀର ମଧ୍ୟରେ ଥାଇ ମଧ୍ୟ ଏହାର ଲକ୍ଷଣ ବହୁଦିନ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇନଥାଏ। ତେଣୁ କୌଣସି ବି ଲକ୍ଷଣକୁ ଅଣଦେଖା କରିବା ଅନୁଚିତ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି ।
ଏହି ରୋଗର କେତେକ ଅସାମାନ୍ୟ ଲକ୍ଷଣ ମଧ୍ୟ ପରିଲକ୍ଷିତ ହୋଇଥାଏ। ସେଗୁଡିକ ମଧ୍ୟରେ ଆବଶ୍ୟକତା ଠାରୁ ଅଧିକ ପରିସ୍ରା ଲାଗିବା, ସବୁବେଳେ ଶୋଷ ଲାଗିବା, ଅଧିକ ଥକା ଲାଗିବା , ବିନା ପରିଶ୍ରମରେ ଓଜନ କମିବା , କୌଣସି କ୍ଷତ ସ୍ଥାନ ଶୁଖିବା କିମ୍ବା ଠିକ ହେବା ପାଇଁ ସମୟ ଲାଗିବା , ଆଖିକୁ ଠିକ ଭାବେ ଦେଖାନଯିବା ଇତ୍ୟାଦି ଲକ୍ଷଣ ଦେଖାଯାଇଥାଏ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା