ପଇଡ଼ ପାଣିକୁ ସମସ୍ତେ ପିଇବାକୁ ଭଲ ପାଇଥାଆନ୍ତି। ଡାକ୍ତରମାନେ ବି ପଇଡ଼ ପାଣି ପିଇବାକୁ ରୋଗୀଙ୍କୁ ପରାମର୍ଶ ଦେଇଥାଆନ୍ତି। କିନ୍ତୁ କିଛି କ୍ଷେତ୍ରରେ ପଇଡ଼ ପାଣିକୁ ପିଇବାକୁ ବାରଣ କରାଯାଇଥାଏ।
ପଇଡ଼ପାଣିରେ ସୋଡିୟମ, ପୋଟାସିୟମ, କାର୍ବହାଇଡ୍ରେଟ ଭଳି ଅନେକ ଭଟାମିନ ରହିଥାଏ। ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ କିଛି ଲୋକଙ୍କୁ ପଇଡ଼ ପାଣି ପିଇବାକୁ ବାରଣ କରାଯାଇଥା ଏ।
କାରଣ କୁହାଯାଏ ପଇଡ଼ ପାଣି ରକ୍ତଚାପକୁ କମ କରିଥାଏ। ତେଣୁ ଯେଉଁ ଲୋକଙ୍କୁ ରକ୍ତଚାପଜନିତ ସମସ୍ୟା ଅଛି, ସେମାନେ ଡାକ୍ତରଙ୍କ ପରାମର୍ଶ ବିନା ପଇଡ଼ା ପାଣି ପିଅନ୍ତୁ ନାହିଁ।
ସେହିପରି ପଇଡ଼ ପାଣିରେ ପୋଟାସିୟମ ଅଧିକ ରହିଥାଏ। ତେଣୁ ଯେଉଁ ଲୋକଙ୍କ ଶରୀରରେ ପୋଟାସିୟମ ସହିତ ଜଡ଼ିତ କିଛି ସମସ୍ୟା ରହିଛି ସେମାନେ ଆଦୌ ପଇଡ଼ ପାଣି ପିଅନ୍ତୁ ନାହିଁ। ପଇଡ଼ ପାଣିରେ କୁହାଯାଏ ହାଏ କ୍ୟାଲୋରୀ ଥାଏ, ଏହାକୁ ପିଇବା ଦ୍ବାରା ଶରୀର ଓଜନ ବୃଦ୍ଧି ପାଇଥାଏ। ତେଣୁ ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ସେମାନେ ଡାକ୍ତରଙ୍କ ପରାମର୍ଶରେ ହିଁ ପଇଡ଼ ପାଣି ପିଅନ୍ତୁ।
କିଡନି କିମ୍ବା ଜ୍ବର ଓ ଥଣ୍ଡା ଭଳି ଶରୀରରେ ସମସ୍ୟା ଥିଲେ ଆଦୌ ପଇଡ଼ ପାଣି ପିଅନ୍ତୁ ନାହିଁ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା