August 10, 2025

ଏମିତି କଲେ 200 ବର୍ଷ ବଞ୍ଚିବ ଆପଣଙ୍କର କିଡନି

କିଡନି ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ । କିଡନି ହିଁ ଶରୀରର ସବୁ କ୍ରିୟାକୁ ସନ୍ତୁଳିତ ରଖିଥାଏ । ଆମ ଶରୀରର ୪୦୦ରୁ ଅଧିକ କାମ କରିଥାଏ କିଡନି । ଶରୀରର ସନ୍ତୁଳନ ରଖିବା କାମ କିଡନି ହିଁ କରିଥାଏ । କିଡନିର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ନୂତନ ରକ୍ତ କରିବା ହୋଇଥାଏ ।

ବର୍ତ୍ତମାନ ଲୋକଙ୍କୁ ଫାଷ୍ଟଫୁଡ୍ ଖାଇବା ଅଧିକ ପସନ୍ଦ । କିନ୍ତୁ ଏହି ଫାଷ୍ଟଫୁଡ୍ ଯେ ଶରୀର ପାଇଁ କେତେ କ୍ଷତିକାରକ ଆପଣ ଏବେ ନହେଲେ ପରେ ନିଶ୍ଚିତ ଜାଣିପାରିବେ । କିନ୍ତୁ ସେତେବେଳେ ଜାଣିଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥିବ । ଆଜିକାଲିର ସମୟରେ ସମସ୍ତେ ଜଲଦି ଜଲଦି କାମ କରିବା ବାହାନାରେ ନିଜ ସ୍ୱାସ୍ଥ୍ୟକୁ ଅବହେଳା କରୁଛନ୍ତି । ତେବେ ଆପଣଙ୍କ ଏହି ଅବହେଳା ଯେ ଶରୀରକୁ ଖରାପ କରିଦେବ ଏହା ପ୍ରତି କେହି ସଜାଗ ନାହାନ୍ତି । ଆପଣ ଯଦି କିଡନିର ଠିକ୍ ଭାବେ ଧ୍ୟାନ ନ ରଖିବେ ତେବେ କିଡନି ସମ୍ପୂର୍ଣ୍ଣ ରୂପେ ଖରାପ ହୋଇଯିବ ।

କିଡ୍‌ନିକୁ ସୁସ୍ଥ ରଖିବାର କିଛି ଉପାୟ ରହିଛି, ଯାହାକୁ ଆମେ ସମସ୍ତେ ମାନିବା ଉଚିତ। ସବୁବେଳେ ନିଜ ଓଜନକୁ ଧ୍ୟାନ୍‌ରେ ରଖନ୍ତୁ। ଆବଶ୍ୟକ ମୁତାବକ, ଓଜନକୁ ନିୟନ୍ତ୍ରଣ କରନ୍ତୁ। ଯେତେ ପାରୁଛନ୍ତି ପାଣି ଓ ତରଳ ପଦାର୍ଥ ସେବନ କରନ୍ତୁ। ପାଣି ପିଇବା ଦ୍ବାରା ମଣିଷ ଶରୀରରୁ ବିଷାକ୍ତ ପଦାର୍ଥ କମ୍‌ ହୋଇଥାଏ।

ଅନ୍ୟ ସବୁ ରୋଗ ପରି ଧୂମପାନ କିଡ୍‌ନି ରୋଗର ବି ପ୍ରମୁଖ କାରଣ ବନିଥାଏ। ସିଗାରେଟ୍‌ଟ ଟାଣିବା ଦ୍ବାରା ଯେଉଁ ଧୂଆ ଶରୀର ଭିତରକୁ ଯାଏ ତାହା କିଡ୍‌ନିକୁ ଦୁର୍ବଳ କରିପକାଏ।

SHARE BY