The Topmost

“The eyes believe themselves, the ears believe other people.”

ICSE ଦଶମ ଓ ISC ଦ୍ବାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ବାଦଶ ପରୀକ୍ଷା ଫଳ । ICSE ଦଶମରେ ପାସ୍ ହାର ରହିଛି ୯୮.୯୪% । ସେହିପରି ISC ଦ୍ବାଦଶରେ ପାସ୍ ରହିଛି ୯୬.୯୩% । ଦଶମ ଓ ଦ୍ବାଦଶରେ ପରୀକ୍ଷା ଦେଇଥିଲେ ତିନି ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଦ୍ବାଦଶରେ ରିୟା ଅଗ୍ରଓ୍ବାଲ ୯୯.୭୫ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି । ସେହିପରି ଦଶମରେ ଋଷିଲ କୁମାର ୯୯.୮ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି । ଦଶମରେ ୯୯.୮ ପ୍ରତିଶତ ମାର୍କ ରଖି ଅନନ୍ୟା କାର୍ତ୍ତିକ ରହିଛନ୍ତି ଦ୍ବିତୀୟ ସ୍ଥାନରେ । ସେହିପରି ୯୮.୮ ପ୍ରତିଶତ ମାର୍କ ରଖି ଶ୍ରେୟା ଉପାଧ୍ୟାୟ ରହିଛନ୍ତି ତୃତୀୟ ସ୍ଥାନରେ । ଦ୍ବାଦଶରେ ୯୯.୭୫ ପ୍ରତିଶତ ମାର୍କ ରଖି ଇପସିତା ଭଟ୍ଟାଚାର୍ଯ୍ୟ ରହିଛନ୍ତି ଦ୍ବିତୀୟ ସ୍ଥାନରେ । ସେହିପରି ୯୯.୭୫ ପ୍ରତିଶତ ମାର୍କ ରଖି ମହମ୍ମଦ ଆରିଆନ ତାରିକ ତୃତୀୟ ସ୍ଥାନରେ ରହିଛନ୍ତି ।