August 19, 2025

ଆପଣଙ୍କ ଆପାର୍ଟମେଣ୍ଟ ଲିଗାଲ୍ ନା ଇଲିଗାଲ୍ ?

ରାଜ୍ୟର ବିଭିନ୍ନ ସହରରେ ବେଆଇନ୍ ଭାବେ ଗଢି ଉଠିଛି ଶତାଧିକ ଆପାର୍ଟମେଣ୍ଟ । ସେଭିତରୁ କେବଳ ରାଜ୍ୟ ରାଜଧାନୀର ଛାତି ଉପରେ ଆଇନ ଉଲ୍ଲଂଘନ କରି ତିଆରି ହୋଇଥିବା ଆପାର୍ଟମେଣ୍ଟ ଓ କୋଠାବାଡ଼ି ବିରୋଧରେ ୬୮୯ଟି ମାମଲା ରୁଜୁ ହୋଇଛି । ଆଜି ବିଧାନସଭାରେ ଆଖି ଖୋସିଦେଲା ଭଳି ତଥ୍ୟ ରଖିଛନ୍ତି ଖୋଦ୍ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ।

ସେପଟେ ପୁରୁଣା ଆପାର୍ଟମେଣ୍ଟଗୁଡ଼ିକ ପାଇଁ ନିୟମ କୋହଳ କହି NOC ଦିଆଯିବା ଉଚିତ୍ ବୋଲି କହିଛି ରିୟଲ୍ ଇଷ୍ଟେଟ୍ ସଂଘ । ଆପଣଙ୍କ ଫ୍ଲାଟ୍ ଥିବା ଆପାର୍ଟମେଣ୍ଟ ବେଆଇନ୍ ନୁହେଁ ତ? ଜୀବନ ଯାକର କଷ୍ଟାର୍ଜିତ ପୁଞ୍ଜି ଖଟାଇ ଫସି ଯାଇ ନାହାନ୍ତି ତ? ଏମିତି ପ୍ରଶ୍ନ ଆମେ ଏଥିପାଇଁ ପଚାରୁଛୁ, କାରଣ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ଗଢିଉଠିଛି ମାଳମାଳ ବେଆଇନ୍ ଆପାର୍ଟମେଣ୍ଟ ।

ଯାହାର ବାସ୍ତବ ଚିତ୍ର ନଗର ଉନ୍ନୟନ ବିଭାଗ ପାଖରେ ବି ନାହିଁ । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ବେଆଇନ୍ ଭାବେ ରାଜ୍ୟରେ କେତେ ସଂଖ୍ୟକ ବେଆଇନ୍ ଆପାର୍ଟମେଣ୍ଟ ତିଆରି ହୋଇଛି ତାର ଆକଳନ ହୋଇନି ।

SHARE BY