The Topmost

“The eyes believe themselves, the ears believe other people.”

How will Team India distribute 125 crores?

Barbados : Players of team India pose with the tropy after India won the ICC Men's T20 Cricket World Cup Final match against South Africa at Kensington Oval in Barbados on Saturday, June 29, 2024. (Photo: IANS)

125 କୋଟିକୁ କେମିତି ବାଣ୍ଟିବ ଟିମ୍ ଇଣ୍ଡିଆ

ଟି-୨୦ ବିଶ୍ୱକପ ୨୦୨୪ । ମ୍ୟାଚ୍ ଜିତି ବିଶ୍ବ ବିଜେତା ହୋଇଛି ଟିମ୍ ଇଣ୍ଡିଆ । ୧୭ ବର୍ଷ ପରେ ଓ୍ବାର୍ଲ୍ଡକପ୍ ଜିତିଛି ଟିମ୍ ଇଣ୍ଡିଆ । ପୁରସ୍କାର ରାଶି ଭାବେ ବିସିସିଆଇ ଘୋଷଣା କରିଥିଲା ୧୨୫ କୋଟି । ବାରବାଡୋରୁ ଫେରିବା ପରେ ବିସିସିଆଇ ସଚିବ ଜୟ ଶାହା ବିଜୟ ପରେଡରେ ୱାନଖଡେ ଷ୍ଟାଡିୟମରେ ଟିମ୍କୁ ଦେଇଥିଲେ ୧୨୫କୋଟିର ଚେକ୍ ।

ଯାହାକୁ ନେଇ ହୋଇଥିଲା ଖୁବ୍ ଚର୍ଚ୍ଚା । ଫ୍ୟାନ୍ସଙ୍କ ମଧ୍ୟରେ ଚାଲିଥିଲା ଗସିପ୍, ୧୨୫କୋଟିରୁ କେଉଁ ଖେଳାଳୀ ପାଇବେ କେତେ ପୁରସ୍କାର ରାଶି ? ଆସନ୍ତୁ ଜାଣିବା କେମିତି ବଣ୍ଟା ହେବ ଏହି ଟଙ୍କା ? କାହାକୁ ମିଳିବ କେତେ ?

ରିପୋର୍ଟ ଅନୁଯାୟୀ, ଏହି ପୁରସ୍କାର ରାଶି ପ୍ଲେୟର୍ସ, ସପୋର୍ଟ ଷ୍ଟାଫ୍, କୋଚ୍ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ବଣ୍ଟାଯିବ । ଏହାକୁ ୧୫ ଜଣିଆ ଟିମ୍ର ପ୍ରତ୍ୟେକ ପ୍ଲେୟରଙ୍କୁ ୫ କୋଟି ଟଙ୍କା ମିଳିବ । ଏହାବ୍ୟତୀତ ବିଜେତା ଟିମ୍ର ହେଡ୍ କୋଚ୍ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ମିଳିବ ୫କୋଟି ଟଙ୍କା । ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଜଶସ୍ବୀ ଜୈସଓ୍ବାଲ୍ଙ୍କୁ ମିଳିବ ୫ କୋଟି ।

ସେହିପରି ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ଜସପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ, ୟଜୁବେନ୍ଦ୍ର ଚହଲ, ସଞ୍ଜୁ ସାମସନ, ମହମ୍ମଦ ସିରାଜ, ରାହୁଲ ଦ୍ରାବିଡ୍ଙ୍କୁ ମିଳିବ ୫ କୋଟି ଲେଖାଏଁ ପୁରସ୍କାର ରାଶି । ସେହିପରି ଏଥିରେ ସାମିଲ୍ ଅଛନ୍ତି ବ୍ୟାଟିଂ କୋଚ୍ ବିକ୍ରମ ରାଠୋର, ଫିଲ୍ଡିଂ କୋଚ୍ ଟି ଦିଲୀପ ଏବଂ ବୋଲିଂ କୋଚ୍ ପାରାସ୍ ହାମ୍ବ୍ରେ । ଏମାନଙ୍କୁ ୨.୫ କୋଟି ଟଙ୍କା ଲେଖାଏଁ ମିଳିବ ପୁରସ୍କାର ରାଶି ।

ଟିମ୍ ଇଣ୍ଡିଆର ୩ ଫିଜିଓ, ୩ ଥ୍ରୋ ଡାଉନ ସ୍ପେଶାଲିଷ୍ଟ, ୨ ମସାଜ୍ ଥେରାପିଷ୍ଟଙ୍କ ବ୍ୟତୀତ ଷ୍ଟ୍ରେନ୍ଥ ଏବଂ କଣ୍ଡିନଶନିଙ୍ଗ୍ କୋଚଙ୍କୁ ମିଳିବ ୨କୋଟି ଟଙ୍କା ଲେଖାଏଁ ଟଙ୍କା । ଏହାବ୍ୟତୀତ ଅଜିତ ଅଗରକରଙ୍କ ନେତୃତ୍ୱରେ ଥିବା ୫ ସଦସ୍ୟ ବିଶିଷ୍ଟ ଚୟନ କମିଟିର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ୧ କୋଟି । ୪ଜଣ ରିଜର୍ଭ ଖେଳାଳି ରିଙ୍କୁ ସିଂ, ଶୁଭମାନ ଗିଲ, ଆଭେଶ ଖାନ ଏବଂ ଖଲିଲ ଅହମ୍ମଦଙ୍କୁ ମିଳିବ ୧କୋଟି ଲେଖାଏଁ ଟଙ୍କା ।

ରିପୋର୍ଟ ଅନୁଯାୟୀ ବିଶ୍ବକପ୍ରେ ଟିମ୍ ଇଣ୍ଡିଆ ଦଳରେ ମୋଟ ୪୨ ଜଣ ଥିଲେ । ଏଥିମଧ୍ୟରେ ଟିମ୍ର ଭିଡିଓ ଆନାଲିଷ୍ଟ, ବିସିସିଆଇର ଷ୍ଟାଫ୍ ମେମ୍ବର ଏବଂ ଟିମ୍ର ଲଜିଷ୍ଟିକ୍ ମ୍ୟାନେଜର ମଧ୍ୟ ସାମିଲ ରହିଥିଲେ । ଅବଶିଷ୍ଟ ଥିବା ୧୦.୫ କୋଟି ଟଙ୍କା ଏମାନଙ୍କ ମଧ୍ୟରେ ବଣ୍ଟାଯିବ ।