ଆସନ୍ତା 14 ତାରିଖରେ ଅନୁଷ୍ଠିତ ହେବାକୁଯାଉଛି ଶ୍ରୀପଞ୍ଚମୀ ବା ସରସ୍ବତୀ ପୂଜା । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ହେଉଛନ୍ତି ମାଆ ସରସ୍ଵତୀ । ତେବେ ଜାଣନ୍ତି କି ବସନ୍ତ ପଞ୍ଚମୀ ଅବସରରେ ଧରାପୃଷ୍ଠର କୋଳମଣ୍ଡନ କରିଥିଲେ ମା’ ବାଗଦେବୀ । ଆସନ୍ତୁ ଏନେଇ ଜାଣିବା ପୁରାଣ ଅନୁସାରେ କିଭଳି ହୋଇଥିଲା ମାତାଙ୍କ ଜନ୍ମ ।
ପୁରାଣ ଅନୁସାରେ, ଭଗବାନ ବିଷ୍ଣୁଙ୍କ ଆଜ୍ଞା ଅନୁସାରେ ଯେତେବେଳେ ବ୍ରହ୍ମା ସୃଷ୍ଟିର ରଚନା କରିଥିଲେ ସେତେବେଳେ ପୃଥିବୀ ସମ୍ପୁର୍ଣ୍ଣ ରୁପେ ନିର୍ଜନ ଥିଲା । ଚାରିଆଡେ ଉଦାସୀନତାର ବାତାବରଣ ଥିଲା । ଏହି ଉଦାସୀନତାକୁ ଦୂର କରିବା ପାଇଁ ବ୍ରହ୍ମା ନିଜ କମଣ୍ଡଳରୁ ପାଣି ଛିଞ୍ଚିବା ଆରମ୍ଭ କରିଦେଇଥିଲେ । ଏହି ଜଳ କଣିକାରୁ ଚର୍ତୁଭୁଜା ଏକ ଶକ୍ତି ପ୍ରକଟ ହେଲେ । ଏହି ଶକ୍ତିଙ୍କ ହସ୍ତରେ ବୀଣା, ପୁସ୍ତକ ତଥା ମାଳା ଥିଲା । ଭଗବାନ ବ୍ରହ୍ମା ପୃଥିବୀପୃଷ୍ଠରୁ ଉଦାସୀନତାକୁ ଦୂର କରିବା ପାଇଁ ଏହି ଶକ୍ତିଙ୍କୁ ବୀଣାବାଦନ କରିବା ପାଇଁ କହିଲେ । ଏହି ଶକ୍ତିଙ୍କ ବୀଣାରୁ ଯେଭଳି ଭାବରେ ଏକ ବାଣୀ ବଜାଗଲା ପୃଥିବୀ ପୃଷ୍ଠର ସବୁ ଜୀବଜନ୍ତୁ ଉଲ୍ଲାସିତ ହେବାକୁ ଲାଗିଲେ । ସେହିଦିନଟି ଥିଲା ବସନ୍ତ ପଞ୍ଚମୀର ଦିନ ।
ପୁରାଣରେ ମା’ ବାଗଦେବୀଙ୍କ ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳିଥାଏ । ପୁରାଣରେ ବ୍ରହ୍ମାଙ୍କ ମାନସପୁତ୍ରଙ୍କ ବିବରଣୀ ରହିଛି କିନ୍ତୁ ମାତା ସରସ୍ୱତୀଙ୍କୁ କେଉଁଠାରେ ବି ତାଙ୍କ ପୁତ୍ରୀ ବୋଲି କୁହାଯାଇନାହିଁ । ହିନ୍ଦୁଧର୍ମର ଦୁଇ ଗ୍ରନ୍ଥ ‘ସରସ୍ୱତୀ ପୁରାଣ’ ଏବଂ ‘ମତ୍ସ୍ୟ ପୁରାଣ’ ରେ ସୃଷ୍ଟି ରଚୟିତା ବ୍ରହ୍ମାଙ୍କ ସହ ସରସ୍ୱତୀଙ୍କ ବିବାହ ହୋଇଥିବା କଥା ଉଲ୍ଲେଖ ରହିଛି । ଯାହାର ଫଳସ୍ୱରୁପ ଏହି ପୃଥିବୀରେ ପ୍ରଥମ ମାନବ ‘ମନୁ’ ଙ୍କ ଜନ୍ମ ହୋଇଥିଲା । କିଛି ବିଦ୍ୱାନ ମନୁଙ୍କ ପତ୍ନୀ ସତରୂପାଙ୍କୁ ହିଁ ମାତା ସରସ୍ୱତୀ ମାନୁଛନ୍ତି । ବାଗିସ୍ୱରୀ, ଭଗବତୀ, ଶାରଦା, ବୀଣାବାଦନୀ, ବାଗଦେବୀ, ବୀଣାପାଣି ଆଦି ଅନେକ ନାଁରେ ମା’ ପୂଜା ପାଆନ୍ତି । ସଂଗୀତର ଉତ୍ପତ୍ତି କରିଥିବା କାରଣରୁ ମାଙ୍କୁ ସଂଗୀତର ଦେବୀ କୁହାଯାଏ । ବସନ୍ତ ପଞ୍ଚମୀ ଦିବସଟିକୁ ମା’ଙ୍କ ଜନ୍ମଦିନ ରୁପେ ପାଳନ କରାଯାଏ ।
“The eyes believe themselves, the ears believe other people.”
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ