The Topmost

“The eyes believe themselves, the ears believe other people.”

ଦୀପାବଳୀକୁ କେମିତି ପାଳନ୍ତି ଓଡିଶାବାସୀ

ଅନ୍ଧାର ଉପରେ ଆଲୋକ ର ବିଜୟ । କାଳିମା ଉପରେ ସ୍ପଷ୍ଟତାର ବିଜୟ । ଆଉ ପାପ ଉପରେ ପୁର୍ଣ୍ଣ୍ୟର ବିଜୟ କହିଲେ ଦିପାବଳୀକୁ ବୁଝାଏ । ଗାଁ ଠୁ ଆରମ୍ଭ କରି ସହର ଯାଏ ଏହି ପର୍ବ ପାଳନ କରାଯାଏ। କୁହାଯାଏ ଏହି ଦିନ ପ୍ରଭୁ ଶ୍ରୀରାମ ଧରିତ୍ରୀର ଦୁଖ ଦୂର କରି ଅର୍ଥାତ ରାବଣର ସଂହାର କରି ମା ସୀତାଙ୍କୁ ନେଇ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ । ଆଉ ଦୀର୍ଘ 14 ବର୍ଷର ଦୁଖକୁ ଭୁଲି ଅଯୋଧ୍ୟାବାସୀ ବଡ ହର୍ଶ ଉଲ୍ଲାସରେ ଦୀପ ଜାଳି ପ୍ରଭୁଙ୍କ ସ୍ବାଗତ କରିଥିଲେ । ଆଉ ପ୍ରତି ଗାଁ ଗହଳିରେ ଏହି ଦୀପ ଜଳାଯାଇଥିଲା । ଆଉ ସେହି ଦୀନକୁ ଦୀପାବଳୀ ନାମ ଦିଆଗଲା । ସେହି ଦିନଠାରୁ ପ୍ରତିବର୍ଷ ଏହି ଦିନ ଟିକୁ ପାଳନ କରାଯାଏ । ପିଲାଠୁ ଆରମ୍ଭ କରି ବୁଢା ଯାଏ ସମସ୍ତେ ନିଜ ଘର ଓ ଆଖପାଖରେ ଦୀପ ଜାଳିଥାନ୍ତି ।


ତେବେ ଏହି ପର୍ବକୁ ଓଡିଶାରେ ମଧ୍ୟ ବହୁ ଧୁମଧାମରେ ପାଳନ କରାଯାଏ । ଆମ ଓଡିଶାରେ ଏହାକୁ ନେଇ ଏକ ସ୍ବତନ୍ତ୍ର ପରମ୍ପରା ରହିଛି । କାଉରିଆ କାଠି ମାଧ୍ୟମରେ ନିଜ ପିତୃ ପୁରୁଷଙ୍କ ବଡ ବଡିଆ ଡକାଯାଏ । ବଡ ବଡିଆ ଅର୍ଥାତ ଆମ ପରିବାର ବା କୁଳର ବୟୋଜେଷ୍ଠ ବ୍ୟକ୍ତି ଯିଏ ବର୍ତ୍ତମାନ ଏହି ଧରାଧାମ ରେ ନାହାଁନ୍ତି । ସେହି ମାନେ ଏହି କାଳିମା ଭରା ଦିନରେ ରାସ୍ତା ପାଇ ନଥାନ୍ତି । ସେଥିପାଇଁ ସେମାନଙ୍କୁ କାଉଁରିଆ କାଠିରେ ଜଳନ୍ତା ଆଲୋକ ଦେଖାଯାଇ ଥାଏ । ଆଉ ସେମାନଙ୍କ ପାଇଁ ବିଭିନ୍ନ ପିଠା ପଣା ଆଦି ମଧ୍ୟ ସମର୍ପଣ କରିଥାନ୍ତି । ଘରର ସମସ୍ତେ ମିଶି ଅଗଣା ଦୂଆରେ ମିଷ୍ଠାନ୍ନ ଭକ୍ଷଣ କରିବା ସହିତ, ଇଶାଣ ରେ ମଧ୍ୟ ଏହି ଭୋଗକୁ ଲାଗି କରାଯାଏ । ଆଉ ବଡ ବଡିଆ ଡାକିବା ସମୟରେ କୁହାଯାଏ ।


ବଡ ବଡିଆ ହେ.. ଆନ୍ଧାରରେ ଆସି ଆଲୁଅରେ ଯାଅ ।
ଆମକୁ କୃପା ଚକ୍ଷ୍ୟୁରେ ଚାହିଁଥାଅ ।
ବାଇସି ପାହାଚେ ଗଡ ଗଡଉ ଥାଅ ।


ତେବେ ଏହି ସୁନ୍ଦର ପରମ୍ପାରା ସହିତ ବାଣ ମଧ୍ୟ ଫୁଟାଯିବା ର ପରମ୍ପରା ରହିଛି । ତେବେ ଆମ ଓଡିଶା ବିଭିନ୍ନ ପର୍ବ ପର୍ବାଣି ଓ ପ୍ରଥା ପରମ୍ପରାରେ ସମୃଦ୍ଧ । ଏଠାରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ଆମ ଜାତିର ମୂଳ ମେଢି କହିଲେ କୋଟି ଓଡିଆଙ୍କ ପ୍ରାଣ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବୁଝାଏ । ରାଜ୍ୟରେ ଯେକୌଣସି ପୂଜା ଉତ୍ସବ ପାଳନ ହୁଏ ସର୍ବାଗ୍ରେ ତାଙ୍କୁ ଭୋଗ ନୈବେଦ୍ଯ ସମର୍ପଣ କରାଯାଇଥାଏ ।