The Topmost

“The eyes believe themselves, the ears believe other people.”

holi @the topmost

ହୋଲି ଆଣିବ ମହାମାରୀ

ହୋଲି ନାଁ ଶୁଣିଲେ ହିଁ ସମସ୍ତଙ୍କ ମନରେ ଖେଳିଯାଏ ଅପୂର୍ବ ଆନନ୍ଦ । କାରଣ ଛୋଟ ଛୁଆଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ହୋଲି ରଙ୍ଗରେ ରଙ୍ଗେଇ ହୋଇଯାଆନ୍ତି । ହେଲେ ଦେଶର ଏପରି କିଛି ସ୍ଥାନ ରହିଛି ଯେଉଁଠି ହୋଲି ଖେଳାଯାଏନାହିଁ । ଦୀର୍ଘ ୧୦୦ରୁ ୨୦୦ ବର୍ଷ ହେବ ଏଠାରେ କାହା ଦେହରେ ପଡ଼ିନି ହୋଲି ରଙ୍ଗ ।

holi @the topmost
holi @the topmost

@thetopmost-01
ଦୁର୍ଗାପୁର, ଝାଡ଼ଖଣ୍ଡ: ଏଠାରେ ପ୍ରାୟ ୧୦୦ ବର୍ଷରୁ ଅଧିକ ହେବ ହୋଲି ଖେଳାଯାଏ ନାହିଁ । ହୋଲି କଲେ ମହାମାରୀ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟରେ ପୀଡ଼ିତ ହେବେ ବୋଲି ଗାଁଲୋକଙ୍କ ଧାରଣା ରହିଛି । ଗାଁ ଲୋକଙ୍କ କହିବା ଅନୁଯାୟୀ, ବହୁ ବର୍ଷ ତଳେ ଜଣେ ରାଜାଙ୍କ ପୁଅର ହୋଲି ଦିନରେ ମୃତ୍ୟୁ ହୋଇଥିଲା । ଏହାପରଠାରୁ ଗାଁରେ ଯେତେବେଳେ ବି ହୋଲି ପାଳନ କରାଯାଏ ସେଠାରେ ମହାମାରୀ ବ୍ୟାପୀ ବହୁ ଲୋକଙ୍କର ମୃତ୍ୟୁ ହୋଇଥାଏ ।

holi @the topmost
holi @the topmost

@thetopmost-01
ରାମସନ ଗାଁ, ଗୁଜୁରାଟ: ବନସକାନ୍ତା ଜିଲ୍ଲାର ରାମସନ ଗାଁରେ ଗତ ୨୦୦ ବର୍ଷ ଧରି ହୋଲି ପର୍ବ ପାଳନ ହୋଇନାହିଁ । ପୌରାଣିକ କଥାକୁ ଜଣାପଡ଼େ ଯେ ବନବାସ ସମୟରେ ପ୍ରଭୁ ଶ୍ରୀରାମ ଏହି ଗାଁକୁ ଆସିଥିଲେ । ଲୋକଙ୍କ କହିବା ଅନୁଯାୟୀ ଜଣେ ଅହଙ୍କାରୀ ରାଜା କେତେକ ଋଷିଙ୍କୁ ବେରଙ୍ଗ ରହିବା ପାଇଁ ଅଭିଶାପ ଦେଇଥିଲେ । ସେବେଠାରୁ ଏଠାରେ ହୋଲି ପାଳନ ନକରିବାର ପ୍ରଥା ଚାଲିଛି ।

holi @the topmost
holi @the topmost

@thetopmost-01
ରୁଦ୍ରପ୍ରୟାଗ, ଉତ୍ତରାଖଣ୍ଡ: ପ୍ରାୟ ୧୫୦ ବର୍ଷ ଧରି ରୁଦ୍ରପ୍ରୟାଗ ଜିଲ୍ଲାର କେତେକ ଗାଁରେ କେହି ହୋଲି ଖେଳିନାହାନ୍ତି । ପୌରାଣିକ କଥା ଅନୁଯାୟୀ, ଏ ଅଞ୍ଚଳର ପ୍ରମୁଖ ଦେବୀ ତ୍ରିପୁର ସୁନ୍ଦରୀଙ୍କୁ ଗହଳିଚହଳି ପସନ୍ଦ ନୁହେଁ । ତେଣୁ ଏଠାରେ ଲୋକମାନେ ଗହଳିରୁ ବଞ୍ଚିବା ପାଇଁ ହୋଲି ଖେଳନ୍ତି ନାହିଁ ।