ଜନତା ମଇଦାନ ବନାମ ବରମୁଣ୍ଡା ପଡିଆ । ଏପଟେ ମୋର୍ଚ୍ଚା ସମ୍ଭାଳିବେ ନଡ୍ଡା ଆଉ ସେପଟେ ମଙ୍ଗ ଧରିବେ ନବୀନ । ନଡ୍ଡା ଦେବେ ନିର୍ବାଚନୀ ମନ୍ତ୍ର । ଆଉ ଏଠି ପାଠ ପଢାଇବେ ନବୀନ । ଆଜି ରାଜଧାନୀରେ ହେବାକୁ ଯାଉଥିବା ହାଇ ପଲିଟିକାଲ ଓ୍ବାର ଲାଗି ଚାଲିଛି ଯୋରଦାର ପ୍ରସ୍ତୁତି । ଜନତା ମୈଦାନରେ ସମରସଜ୍ଜା ଚଳାଇଛି ବିଜେପି । ସେପଟେ ବିଜେଡି ବରମୁଣ୍ଡା ପଡ଼ିଆରେ ବଡ଼ ପ୍ରସ୍ତୁତି କରିଛି । ଉଭୟ ଦଳର ଲକ୍ଷ୍ୟରେ ୨୦୨୪ । ୧୯ର ଲଢ଼େଇର ଜିତ୍-ହାରର ଅଙ୍କକଷାରେ ଲାଗିଛନ୍ତି ଉଭୟ ବିଜେପି ଓ ବିଜେଡି । ଗତ ନିର୍ବାଚନରେ ବିଜେପିର ମିଶନ ୧୨୦କୁ ସଫଳତା ମିଳିନଥିଲା । ମାତ୍ର ବିଜେଡିର ୨୧ରୁ ୨୧ ଲୋକସଭା ଆସନରେ ଜିତାଅ ସ୍ଲୋଗାନକୁ ଧରାଶାୟୀ କରିଥିଲେ ଓଡ଼ିଶାର ଜନତା । ନବୀନ ପଟ୍ଟନାୟକଙ୍କ ପରି ବଡ଼ ଚେହେରା ସତ୍ତ୍ବେ ୧୪ରେ ୨୦ ଲୋକସଭା ଆସନ, ୧୯ରେ କମି ପହିଞ୍ଚିଥିଲା ୧୨ରେ । ସେଥିପାଇଁ ଏବେ ନଡ୍ଡାଙ୍କ ହୁଙ୍କାରକୁ ଏକ ବଡ଼ ଆହ୍ୱାନ ଭାବୁଛି ବିଜେଡି ।
“The eyes believe themselves, the ears believe other people.”
More Stories
କାଲି ଘୋଷଣା ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ
ନିର୍ବାଚିତ ହେବେ ନୂଆ ଇଲେକ୍ସନ୍ କମିସନର୍
ମୋହନଙ୍କ ପେଡିରୁ କାହାକୁ ମିଳିଲା କେତେ