ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହାଇକୋର୍ଟଙ୍କ ନୋଟିସ୍। କଣ୍ଟାବାଞ୍ଝିର ଭୋଟର ଗିରିରାଜ ସିଂଙ୍କ ଆବେଦନ ଅନୁଯାୟୀ, ନୋଟିସ କରିଛନ୍ତି ହାଇକୋର୍ଟ। ଅଭିଯୋଗ ହୋଇଛି ବିଧାୟକ ନିର୍ବାଚନ ପାଇଁ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି। ତେବେ ଏହି ମାମଲାରେ ଆସନ୍ତା ସେପ୍ଟେମ୍ବର୍ ୨୭ରେ ପରବର୍ତ୍ତୀ ଶୁଣାଣି ରହିଛି । ସୂଚନା ଥାଉକି, ସୋମବାର ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ମଧ୍ୟ ହାଇକୋର୍ଟ ନୋଟିସ କରିଥିଲେ।
ବିଧାୟକ ଟଙ୍କଧର ସତ୍ୟପାଠରେ ଅପରାଧିକ ମାମଲା ଲୁଚାଇଥିବା କହି ଅଭିଯୋଗ ଆଣିଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି ଦାସ । ତାଙ୍କୁ ଆସନ୍ତା ୨୩ ସେପ୍ଟେମ୍ବର ଉତ୍ତର ସହ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ । ସେହିଭଳି ଅନ୍ୟ ଦୁଇଟି ନିର୍ବାଚନୀ ଅନିୟମିତତା ମାମଲାରେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଓ ବିଧାୟକ ବ୍ୟୋମକେଶ ରାୟଙ୍କୁ ମଧ୍ୟ ନୋଟିସ କରିଛନ୍ତି ହାଇକୋର୍ଟ ।
More Stories
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ