ଭରଣପୋଷଣ ପ୍ରସଂଗ ନେଇ ଦାୟର କରାଯାଉଥିବା ମାମଲାରେ ନିଜ ସଂପତ୍ତି ସଂପର୍କିତ ତଥ୍ୟ ପ୍ରକାଶ କରି ସତ୍ୟପାଠ ଦାଖଲ କରିବାକୁ ବାଧ୍ୟ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରଜନିଶ୍ ମାମଲା ରାୟରେ ଏ ନେଇ ଉଲ୍ଲେଖ ରହିଛି। ଭରଣପୋଷଣ ସଂପର୍କିତ ମାମଲାର ଶୁଣାଣି କରୁଥିବା ଅଦାଲତଙ୍କ ପାଇଁ ଏହି ନିୟମାବଳୀ ଅବଶ୍ୟପାଳନୀୟ ବୋଲି ହାଇକୋର୍ଟ କହିଛନ୍ତି। ଭରଣପୋଷଣ ସଂପର୍କିତ ମାମଲାରେ ଆବେଦନକାରୀ ପତ୍ନୀ ଓ ପ୍ରତିପକ୍ଷ ସ୍ବାମୀ ନିଜ ସଂପତ୍ତି ସଂପର୍କିତ ତଥ୍ୟ ପ୍ରକାଶ କରି ସତ୍ୟପାଠ ଦାଖଲ କରି ନଥିବା ବେଳେ ଖୋର୍ଦ୍ଧା ପରିବାର ଅଦାଲତ ଆବେଦନର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ପତ୍ନୀ ଓ ନାବାଳକ ପୁଅକୁ ମାସିକ ୧୦ ହଜାର ଟଙ୍କା ଲେଖାଏଁ ଭରଣପୋଷଣ ପ୍ରଦାନ ପାଇଁ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିଲେ।
ପରିବାର ଅଦାଲତ ରଜନିଶ୍ ମାମଲାରେ ଜାରି କରାଯାଇଥିବା ଗାଇଡ୍ଲାଇନ୍ ପାଳନ କରି ନଥିବାରୁ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଭରଣପୋଷଣ ପ୍ରଦାନ ପାଇଁ ଖୋର୍ଦ୍ଧା ପରିବାର ଅଦାଲତ ୨୦୨୩ ଜୁଲାଇ ୨୨ରେ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏହି ପ୍ରସଂଗରେ ସାନି ଶୁଣାଣି ପାଇଁ ମାମଲାକୁ ପୁଣି ପରିବାର ଅଦାଲତକୁ ପଠାଇ ଦେଇଛନ୍ତି। ରଜନିଶ ମାମଲାରେ ପ୍ରଦାନ କରାଯାଇଥିବା ଗାଇଡ୍ଲାଇନ ଅନୁପାଳନ କରି ପରିବାର ଏହି ପ୍ରସଂଗରେ ଫଇସଲା କରିବେ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍