ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା । ଏହି ମାମଲାରେ ପରିବହନ ବିଭାଗକୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ । ସ୍ଲଟ୍ ବୁକିଂ ପାଇଁ ସମୟସୀମା ଅଧିକ ବୃଦ୍ଧି କରି ହେବକି ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲାରେ ଦୁଇ ଜଣ ବସ୍ ମାଲିକ ହାଇକୋର୍ଟରେ ଆବେଦନ କରିଥିଲେ । ଏବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ସାଧାରଣ ଲୋକେ ସମସ୍ୟାରେ । ଡିସେମ୍ବର ପର୍ଯ୍ୟନ୍ତ ଦୁଇ ଚକିଆ ଗାଡିର ସ୍ଲଟ୍ ବୁକିଂ ଶେଷ ହୋଇଯାଇଛି । ଏବେ ସୁଦ୍ଧା ମାତ୍ର ୭ ଲକ୍ଷ ଗାଡିରେ ନମ୍ବର ପ୍ଲେଟ୍ ଲାଗି ପାରିଛି । ରାଜ୍ୟରେ ରହିଛି ମୋଟ୍ ୮୦ ଲକ୍ଷରୁ ଅଧିକ ଗାଡି । କେବେ ସୁଦ୍ଧା ବାକି ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଲାଗିପାରିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍