ଉଚ୍ଚ ରକ୍ତଚାପ ଆଜିକାଲି ଏକ ସାଧାରଣ ସମସ୍ୟା। ଏହି ସମସ୍ୟା ପ୍ରାୟ ପ୍ରତ୍ୟେକ ଘରେ। ବୋଧହୁଏ ଏମିତି ଏକ ପରିବାର ନଥିବା ଯାହା ଘରେ ରକ୍ତଚାପ ରୋଗୀ ନଥିବେ। ଏହା ଏକ ସାଧାରଣ ରୋଗ। ମାତ୍ର ସମୟ ପଡ଼ିଲେ ଏହି ରୋଗ ମାରଣାନ୍ତକ ବି ହୋଇପାରେ। ତେଣୁ ବେଳ ଥାଉ ଥାଉ ଏ ରୋଗର ଚିକିତ୍ସା କରାଯିବା ଉଚିତ।
କେବଳ ବୟସ୍କ ନୁହଁନ୍ତି, ଯୁବପିଢ଼ିଙ୍କ ମଧ୍ୟରେ ବି ଉଚ୍ଚ ରକ୍ତଚାପ ଦେଖାଦେଉଛି। ଏହାର ଏକ ମୁଖ୍ୟ କାରଣ ହେଉଛି ଦୈନନ୍ଦିନ ଜୀବନରେ ବଢୁଥିବା ମାନସିକ ଓ ଶାରୀରିକ ଚାପ। ତେବେ କିଛି ପାନୀୟ ଅଛି, ଯାହାକୁ ପିଇବା ଦ୍ବରା ରକ୍ତଚାପକୁ ନିୟନ୍ତ୍ରଣ କରାଯାଇପାରେ।
ଇଲେକ୍ଟ୍ରୋଇଲାଇଟ୍ ଓ ପଟାସିୟମ୍ରେ ଭରପୂର ନଡ଼ିଆ ପାଣି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। କଦଳୀ ବି ରକ୍ତଚାପ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ। ଦୈନନ୍ଦିନ କଦଳୀ ପକାଇ ମିଲ୍କ ସେକ କରି ପିଇବା ରକ୍ତଚାପ ରୋଗୀଙ୍କ ପାଇଁ ଲାଭଦାୟକ।
ଆପଣ ଜାଣନ୍ତି ଯେ ବିଲାତି ବାଇଗଣରେ ଲାଇକୋଫିନ୍ ଥାଏ। ଯାହାକି ରକ୍ତଚାପ ସଙ୍ଗେ ସଙ୍ଗେ କୋଲେଷ୍ଟ୍ରଲ୍କୁ ବି ନିୟନ୍ତ୍ରଣରେ ରଖେ। ଡାଳିମ୍ବରେ ଆଣ୍ଟି ଇନ୍ଫ୍ଲେମେଟାରି ଗୁଣ ଥାଏ। ପ୍ରତିଦିନ ଡାଳିମ୍ବ ଖାଇବ ବି ରକ୍ତଚାପ ରୋଗୀଙ୍କ ପାଇଁ ଖୁବ୍ ଭଲ।
ତେବେ ଡାକ୍ତରମାନେ କୁହନ୍ତି ଶାଗ ଖାଇବା ଶରୀରପକ୍ଷେ ଖୁବ୍ ଭଲ। ବିଶେଷ କରି ଉଚ୍ଚ ରକ୍ତଚାପ ରୋଗୀମାନେ ସଜନା ଶାଗ ଖାଆନ୍ତୁ। ସଜନା ଶାଗ ଖାଇଲେ ରକ୍ତଚାପକୁ ନିୟନ୍ତ୍ରଣ କରାଯାଇପାରିବ।
More Stories
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga
ଏହି ଲକ୍ଷଣ ଥିଲେ, ଜାଣନ୍ତୁ ଆବଶ୍ୟକ ହେଉଛି ଫିଜିଓ ଥେରାପି