ରକ୍ତଚାପ ଆଜିକାଲି ସମୟର ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଅଧାରୁ ଅଧିକା ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରକ୍ତଚାପର ଗୁଡ଼ାଏ କାରଣ ରହିଛି। ଆଜିକାଲି ଅଧିକାଂଶ ଲୋକେ ଉଚ୍ଚ ରକ୍ତଚାପର ସମ୍ମୁଖୀନ ହେଉଛନ୍ତି।
ଜିନ୍, ପରିବେଶ, ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସମସ୍ୟା, ହରମୋନ୍ ଅସନ୍ତୁଳନ ଏବଂ ଶାରୀରିକ ନିଷ୍କ୍ରିୟତା ସହିତ ଅନେକ ଉଚ୍ଚ ରକ୍ତଚାପର କାରଣ ବନିଥାନ୍ତି। ଛାତି ଯନ୍ତ୍ରଣା, ମୁଣ୍ଡବିନ୍ଧା, ଛୋଟ ନିଶ୍ବାସ ଆଦି ରକ୍ତଚାପର ଲକ୍ଷଣ ହୋଇଥାଏ। ଆପଣ ଜାଣିଥିବେ ନିଶ୍ଚୟ ଯେ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଇଁ ଜୀବନ ଏକ ପାଣି ଫୋଟକା ପରି। ଏଥିପାଇଁ ଏମାନଙ୍କୁ ଅଧିକ ସଚେତନ ହେବାକୁ ପଡ଼ିଥାଏ।
ଉଚ୍ଚ ରକ୍ତଚାପର ମୁକାବିଲା ପାଇଁ ସୁସ୍ଥ ଖାଦ୍ୟ ସହିତ ଏକ ସୁସ୍ଥ ଜୀବନଶୈଳୀର ଆବଶ୍ୟକତା ରହିଛି। ପନିପରିବା, ଫଳ, ପ୍ରୋଟିନ୍ ଏବଂ ଶସ୍ୟ ଅନ୍ତର୍ଭୁକ୍ତ ଖାଦ୍ୟ ଖାଇଲେ ରକ୍ତଚାପକୁ ନିୟନ୍ତ୍ରଣରେ ରଖାଯାଇପାରେ।
ଯଦି ଆପଣଙ୍କର ମଦ୍ୟପାନ, ଧୂମପାନ କିମ୍ବା ଅନ୍ୟ କୌଣସି ନିଶା ଅଭ୍ୟାସ ଅଛି ତେବେ ଆପଣଙ୍କୁ ଏହାକୁ ସଂପୂର୍ଣ୍ଣ ରୂପେ ଛାଡ଼ିବାକୁ ହେବ। ନିଶା ସେବନ ରକ୍ତଚାପର ଏକ ପ୍ରମୁଖ କାରଣ ହୋଇଥାଏ। ମାନସିକ ଚାପ ମଧ୍ୟ ରକ୍ତଚାପର କାରଣ ହୋଇଥାଏ। ଯେତେ ପାରୁଛନ୍ତି ଚିନ୍ତା କରିବା ତ୍ୟାଗ କରନ୍ତୁ। ଯେତେ ଅଧିକ ଚିନ୍ତା କରିବେ ସେତେ ଅଧିକ ଦୁର୍ବଳ ହୋଇପଡ଼ିବେ। ନିୟମିତ ବ୍ୟାୟାମ କରିବା ଦ୍ବାରା ମଧ୍ୟ ରକ୍ତଚାପକୁ ନିୟନ୍ତ୍ରଣରେ ରଖା ଯାଇପାରେ। ଆପଣ ସୁସ୍ଥ ରହିବାକୁ ଚାହୁଁଥିଲେ ବ୍ୟାୟାମକୁ ଆପଣଙ୍କ ନିତିଦିନିଆ କାର୍ଯ୍ୟ ତାଲିକାରେ ସାମିଲ୍ କରନ୍ତୁ।
More Stories
ଥଣ୍ଡା ଦିନେ ଏହି ଉପାୟ ଦୂରେଇ ଦିଏ ରୋଗ..
କିଡନି ଖରାପ କରେ ଭିଟାମିନ୍-ସି ଯୁକ୍ତ ଚା..
ଏମିତି କଲେ 200 ବର୍ଷ ବଞ୍ଚିବ ଆପଣଙ୍କର କିଡନି