ମାଣ୍ଡିଆ ପରି ଉପକାରୀ ଖାଦ୍ୟ ଆଉ କିଛି ଥାଇପାରେନା। ଏହାକୁ ଖାଇବା ଦ୍ବାରା ପେଟ ଥଣ୍ଡା ରହିଥାଏ। ଆଜିକାଲି ଯେଉଁଭଳି ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟା ରହୁଛି ତାହା ମାଣ୍ଡି୍ଆ ଖାଇବା ଦ୍ବାରା କମ୍ ହୋଇଥାଏ। କିଛି ଲୋକ ମାଣ୍ଡିଆକୁ ଛତୁଆ କରି ଖାଇଥାଆନ୍ତି। ଯଦି ଆପଣଙ୍କୁ ସେପରି ଖାଇବାକୁ ଭଲ ଲାଗୁନାହିଁ ତେବେ ଏଥିରେ ଅନ୍ୟ ସବୁ ରକମର ଖାଦ୍ୟ ବନାଇ ବି ଖାଇହେବ।
ଆପଣ ମାଣ୍ଡିଆକୁ ପାଣି ଦେଇ ନିଆଁରେ ଫୁଟାଇବା ପରେ ସେଥିରେ ଖଜୁରୀ, ଡ୍ରାଏଫ୍ରୁଟ୍ସ ମିଶାଇ ସେକ୍ କରି ପିଇପାରିବେ। ଏଥିରେ ଏକ ସୁସ୍ବାଦୁ ଉପମା ବି ବନାଇ ହେବ। ଚାଲନ୍ତୁ ଜାଣିିବା କିପରି ବନାଇବା ମାଣ୍ଡିଆ ଉପମା।
ପ୍ରଥମେ ମାଣ୍ଡିଆକୁ ଧୋଇକି ତାହାକୁ ଛାଣି କରି ରଖିଦିଅନ୍ତୁ। ତାପରେ ପ୍ୟାନ୍କୁ ଗରମ କରି ସେଥିରେ ଅଳ୍ପ ପରିମାଣର ତେଲ ପକାନ୍ତୁ। ତେଲ ତାତି ଯିବା ପରେ ସାମାନ୍ୟ ଜିରା ଓ ସୋରିଷ ପକାନ୍ତୁ। ସେଥିରେ ଟିକେ ମୁଗ ଡାଲି ଓ ମସୁର ପକାନ୍ତୁ।
ତାପରେ ସାମାନ୍ୟ ହେଙ୍ଗୁ, ଧନିଆ ପତ୍ର, ଅଦା, କଞ୍ଚା ଲଙ୍କା ଓ କଟା ପିଆଜ ଦିଅନ୍ତୁ। ପିଆଜ ନାଲି ପଡ଼ି ଭାଜି ହେବା ପର୍ଯ୍ୟନ୍ତ ତାକୁ ଏପଟ ସେପପଟ କରନ୍ତୁ।
ତା’ପରେ ସେଥିରେ ଧୁଆ ହୋଇଥିବା ମାଣ୍ଡିଆକୁ ପକାଇ ଘଣ୍ଟିଦିଅନ୍ତୁ। ମାଣ୍ଡିଆରୁ ବାସ୍ନା ବାହାରିଲେ ୨ ରୁ ୨.୫ କପ୍ ପାଣି ଦିଅନ୍ତୁ। ସେଥିରେ ଆବଶ୍ୟକ ମୁତାବକ ଲୁଣ ଦେଇ ତାହାକୁ ଫୁଟିବାକୁ ଦିଅନ୍ତୁ।
ପାଣି ଶୁଖିଗଲା ପରେ ଆପଣଙ୍କୁ ଯଦି ଲେମ୍ବୁ ପସନ୍ଦ ତେବେ ଅଳ୍ପ ଟିକେ ଲେମ୍ବୁ ତା ଉପରେ ଚିପୁଡ଼ି ଖାଇପାରିବେ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା