The Topmost

“The eyes believe themselves, the ears believe other people.”

ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଲେ ହାର୍ଦ୍ଦିକ

ଆଇପିଏଲ୍‌ର ଖେଳାଳି ନିଲାମ ପ୍ରକ୍ରିୟା ଡିସେମ୍ବର ୧୯ ତାରିଖରେ ଦୁବାଇରେ କରାଯିବ । ପ୍ରଥମ ଥର ପାଇଁ ଏହା ବିଦେଶରେ ହେବାକୁ ଯାଉଛି । ଏହା ପୂର୍ବରୁ ରବିବାର ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ସେମାନଙ୍କ ଖେଳାଳିଙ୍କ ରଖିବା ଓ ଛାଡ଼ିବା ପ୍ରକ୍ରିୟାକୁ ଚୂଡ଼ାନ୍ତ କରିଛନ୍ତି । ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସରେ ଥିବା ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତିଙ୍କୁ ଫ୍ରାଞ୍ଜାଇଜ୍ ମୁକ୍ତ କରି ଦେଇଛି। ଉପଲବ୍‌ଧ ନ ହେବାରୁ ବେନ୍ ‌ଷ୍ଟୋକ୍ସଙ୍କୁ ମଧ୍ୟ ସିଏସ୍‌କେ ଛାଡ଼ି ଦେଇଛି। ରବିବାର କିନ୍ତୁ ସମସ୍ତଙ୍କ ନଜରରେ ଥିଲେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ଉପରେ। ପ୍ରଥମେ ଗୁଜରାଟ ଟାଇଟନ୍ସ ଜାରି କରିଥିବା ରିଟେନସନ୍ ତାଲିକାରେ ହାର୍ଦିକ ପାଣ୍ଡ୍ୟାଙ୍କୁ ରଖିଥିଲା। କିନ୍ତୁ ଶେଷରେ ଖବର ଆସିଥିଲା ଟ୍ରେଡିଂ ପାଇଁ ଅନୁମତି ମିଳିବାରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ଫେରି ଆସିବା ପ୍ରକ୍ରିୟା ଚୂଡାନ୍ତ ହୋଇଛି। କେତେ ଟଙ୍କାରେ ଏହି ଟ୍ରେଡିଂ ହୋଇଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ  କେବଳ ନଗଦ ରାଶିରେ ଟ୍ରେ‌ଡିଂ ହୋଇଥିବାରୁ ଅନ୍ୟ କେହି ବଦଳ ଖେଳାଳି ହୋଇନାହାନ୍ତି। ତାଙ୍କ ଲିଗ୍‌ ମୂଲ୍ୟ ୧୫ କୋଟି ଥିବାରୁ ଏହା ସେ ବଜାୟ ରଖିଥିବା ବିଶ୍ବାସ କରାଯାଉଛି। ବିସିସିଆଇ ପକ୍ଷରୁ କିନ୍ତୁ ଏହା ସ୍ପଷ୍ଟ କରାଯାଇନାହିଁ। ଗୁଜରାଟ ଟାଇଟନ୍ସକୁ ପ୍ରଥମ ଦୁଇ ବର୍ଷ ଫାଇନାଲ୍‌ରେ ପହଞ୍ଚାଇବା ସହ ପଦାର୍ପଣରେ ବିଜେତା କରାଇଥିଲେ ହାର୍ଦିକ।

ସେହିଭଳି ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର କାମେରନ ଗ୍ରିନ୍‌ ମୁମ୍ବାଇରୁ ଟ୍ରେଡିଂରେ ଯାଇ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ରେ ଯୋଡ଼ିହୋଇଛନ୍ତି। ଅନ୍ୟପକ୍ଷରେ ଅମ୍ବାତି ରାୟୁଡୁ, ରୋଭମନ ପାୱେଲ, ମନୀଷ ପାଣ୍ଡେ, ମୁସ୍ତାଫିଜୁର ରହମାନ, ଜୋ ରୁଟ୍‌, ଜାସନ ହୋଲ୍ଡର, ସକିବ୍ ଅଲ୍ ହାସନ, ଲିଟନ୍ ଦାସ, ଶାର୍ଦୁଳ ଠାକୁର, ଲୋକି ଫର୍ଗୁସନ୍‌, ଟିମ୍ ସାଉଦି, ହ୍ୟାରି ବ୍ରୁକ୍‌, ଆଦିଲ ରସିଦ୍‌, ଜୟଦେବ ଉନାଦକତ୍‌, ଶିବମ ମାଭୀ, ଦାସୁନ ଶଣକା, ଜୋଫ୍ରା ଆର୍ଚର, ଅଲଜାରି ଯୋସେଫ, ୱାନିନ୍ଦୁ ହସରଙ୍ଗା, ହର୍ଷଲ ପଟେଲ, ଜୋସ ହାଜେଲଉଡ୍‌ଙ୍କ ଭଳି ପ୍ରମୁଖ ଖେଳଳିଙ୍କୁ ସେମାନଙ୍କ ଫ୍ରାଞ୍ଚାଇଜ୍ ମୁକ୍ତ କରି ‌ଦେଇଥିବାରୁ ଡିସେମ୍ବର ୧୯ ତାରିଖରେ ଏମାନେ ବିକ୍ରି ପାଇଁ ଉପଲବ୍‌ଧ ହେବେ। ଚଳିତ ବର୍ଷର ନିଲାମ ଖେଳାଳିଙ୍କ ପାଇଁ ଚୁକ୍ତିର ତୃତୀୟ ତଥା ଚୂଡ଼ାନ୍ତ ବ‌ର୍ଷରେ ରହିଛି। ୨୦୨୫ ପାଇଁ ୨୦୨୪ ସଂସ୍କରଣ ପରେ ମେଗା ନିଲାମ ହେବ। ଏଥର କିନ୍ତୁ ପ୍ରତି ଦଳର ବଜେଟକୁ ୧୦୦ କୋଟିକୁ ବଢ଼ାଇ ଦିଆଯାଇଛି। ଗତବର୍ଷ ଏହା ୯୫ କୋଟି ଥିଲା ।

SHARE BY