ବିଭିନ୍ନ ପ୍ରକାରର ରାସାୟନିକ ସାମଗ୍ରୀର ପ୍ରଭାବରେ ହେଉ କିମ୍ବା ଅତ୍ୟାଧିକ ପ୍ରଦୂଷଣ, ହର୍ମୋନ୍ ପରିବର୍ତ୍ତନ, କିମ୍ବା ଭିଟାମିନ୍ ଅଭାବରୁ ହେଉ କେଶ ଝଡ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା। ଶରୀରର ଆଉ କିଛି ସମସ୍ୟା ହେଲେ ଯେତିକି ଚିନ୍ତା ହୋଇ ନଥାଏ କେଶ ଝଡ଼ିଥିଲେ କିନ୍ତୁ ଗଭୀର ମାତ୍ରାରେ ଦୁଃଖ ଲାଗିଥାଏ। କିପରି ଭାବେ ଏହି ସମସ୍ୟାକୁ ରୋକାଯାଇ ପାରିବ ସେ ବିଷୟରେ ଚିନ୍ତା ସବୁବେଳେ ମୁଣ୍ଡରେ ଚାଲିଥାଏ। କେଶ ଝଡ଼ିବା ଦୁଃଖରେ ଆସି ଆମେ ଅନେକ ପ୍ରକାରର ଜିନିଷ କେଶରେ ପ୍ରୟୋଗ କରିଥାଉ। ମାତ୍ର ମନେ ରଖନ୍ତୁ କୌଣସି ରସାୟନର ପ୍ରୟୋଗରେ ନୁହେଁ ଖାଦ୍ୟପେୟରେ ସତର୍କତା ଅବଲମ୍ବନ କଲେ କେଶ ଝଡ଼ିବା ହ୍ରାସ ପାଇଥାଏ।
ଦିନକୁ ଅତି କମ୍ରେ ଗୋଟିଏ ପାଚିଲା କଦଳୀ ଖାଆନ୍ତୁ। କଦଳୀରେ ପ୍ରଚୁର ପରିମାଣର ଆଇରନ୍ ରହିଛି। ଆଇରନ୍ ଅଭାବରୁ ବି କେଶ ଝଡ଼ିଥାଏ। ପାରୁଛନ୍ତି ଯଦି ସକାଳେ କିମ୍ବା ସଂଧ୍ୟାରେ ଗୋଟାଏ ସିଝା ଅଣ୍ଡା ଖାଆନ୍ତୁ। ସିଝା ଅଣ୍ଡାରେ ପ୍ରୋଟିନ୍ ରହିଛି। ଶରୀରରେ ପ୍ରୋଟିନ୍ ଭରପୂର ରହିଲେ କେଶ ଝଡ଼ିବା ସମସ୍ୟା ଦୂର ହୋଇଯିବ। ମୌସମ୍ବି ଜୁସ୍ ପିଅନ୍ତୁ। ମୌସୁମ୍ବି ଜୁସ୍ ଉଭୟ କେଶ ଓ ତ୍ୱଚା ପାଇଁ ଭଲ ହୋଇଥାଏ। ଏହି ଜୁସ୍ ପିଇଲେ କେଶ ଝଡ଼ିବା ସମସ୍ୟା କମ୍ ହେବା ସହ ତ୍ୱଚା ବି ଭଲ ରହିଥାଏ।। କାଜୁ ବାଦାମ ଖାଇବା ବି କେଶ ପାଇଁ ଭଲ ହୋଇଥାଏ। କାଜୁ ବ୍ୟତୀତ ଆଲମଣ୍ଡ୍, ବାଦାମ, କିସ୍ମିସ୍ ଆଦି ଦୈନିକ ଖାଇଲେ କେଶ ଝଡ଼ିବା କମ ହୋଇଥାଏ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା