ଆଜିଠୁ ଆରମ୍ଭ ହୋଇଯାଇଛି କାର୍ତ୍ତିକ ମାସ । ଏନେଇ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ସବୁଠାରୁ ଶ୍ରେଷ୍ଠ ମାସ ହେଉଛି କାର୍ତ୍ତିକ ମାସ । କାର୍ତ୍ତିକ ମାସରେ ବ୍ରତ ପାଳନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ହିନ୍ଦୁ ମାନଙ୍କର ବିଶ୍ୱାସ ରହିଛି । ଏଥିପାଇଁ ପୁରୀରେ ହବିଷ୍ୟାଳିମାନଙ୍କ ଭିଡ ଜମିଛି । ହଜାର ହଜାର ସଂଖ୍ୟାର ହବିଷ୍ୟାଳି ପୁରୀର ମଠ ବାଡି ଏବଂ ହବିଷ୍ୟାଳି ଶିବିର ପାଖରେ ଭିଡ ଜମାଇଛନ୍ତି । କାର୍ତ୍ତିକ ମାସ ଆରମ୍ଭ ହୋଇଥିବାରୁ ହବିଷ୍ୟାଳିମାନେ ମାସେ ଯାଏଁ ବ୍ରତ ରଖିବେ । ପୁରାଣରେ କାର୍ତ୍ତିକ ମାସର ମାହାତ୍ମ୍ୟ ବର୍ଣ୍ଣନା ହୋଇଛି । ୫ଟି ସ୍ଥାନରେ ୩ହଜାର ହବିଷ୍ୟାଳୀଙ୍କ ରହଣି ବ୍ୟବସ୍ଥା କରାଯାଇଥିବାବେଳେ ଆଶାୟୀଙ୍କ ସଂଖ୍ୟା ଦୁଇଗୁଣା ଟପିଛି ।
More Stories
କେବେ ଖାଇଛନ୍ତି ଶ୍ରୀମନ୍ଦିରର ଅମୃତ ଲଡୁ
ରକ୍ଷା ବନ୍ଧନ କଲେ କଣ ମିଳେ ସୁଫଳ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍