The Topmost

“The eyes believe themselves, the ears believe other people.”

graduate chawali

Graduate chaawali is trending now on social media .

ଦୃଢ ଇଛାଶକ୍ତିର ଅନନ୍ୟ ଉଦାହରଣ
କୌଣସି କାମ ଛୋଟ ନୁହେଁ, ଏହାକୁ ପ୍ରମାଣିତ କରିଛନ୍ତି ପାଟନାର ଜଣେ ଯୁବତୀ । ଯୁବତୀ ଜଣଙ୍କ ଏକ ଚା’ ଦୋକାନ କରି ପ୍ରମାଣିତ କରିଛନ୍ତି କି କାମ କେବେ ବି ଛୋଟବଡ ହୋଇନଥାଏ, ଇଛା ଥିଲେ ସବୁ ସମ୍ଭବ । ଯୁବତୀ ଜଣଙ୍କ ଚାକିରି ପାଇଁ ଅନେକ ପରିଶ୍ରମ କରିବା ପରେ ସଫଳ ହୋଇନଥିଲେ । ଏହାପରେ ସେ ନିଜେ କିଛି କରିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ସେ ନିଜ ବ୍ୟବସାୟ ଭାବେ ଏକ ଚା’ ଦୋକାନ ଖୋଲିଛନ୍ତି । ଏହି ଚା’ ଦୋକାନର ନାଁ ରହିଛି ଗ୍ରାଜୁଏଟ୍‌ ଚାଏ ବାଲି । ଯୁବତୀ ଜଣଙ୍କ ମହାତ୍ମାଗାନ୍ଧୀ କାଶୀ ବିଦ୍ୟାପୀଠ ବାରଣାସୀରୁ ନିଜର ସ୍ନାତକ ପାଠପଢା ସାରିଛନ୍ତି । ସେ ନିଜ ଚା’ ଦୋକାନ ଆଗରେ ଆତ୍ମନିର୍ଭର ଭାରତ ଲେଖଛନ୍ତି । ତାଙ୍କ ଦୋକାନ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ତାଙ୍କ ସାହସ ଓ ଇଛାଶକ୍ତିର ବେଶ୍‌ ପ୍ରଂଶସା କରୁଛନ୍ତି । ତାଙ୍କ ଦୋକାନରେ ୪ ପ୍ରକାରର ଇନୋଭେଟିଭ୍‌ ଷ୍ଟାଇଲ୍‌ରେ ଚା’ ମିଳୁଛି । ନିଜ ଚା’ ଦୋକାନକୁ ସେ ପାଟନା େୱମେନ୍ସ କଲେଜ ସାମ୍ନାରେ ଖୋଲିଛନ୍ତି । ଗତ ଦୁଇବର୍ଷ ଧରି ସେ ଚାକିରି ଖୋଜିବାରେ ଲାଗିଥିଲେ, ହେଲେ ସେଥିରେ ବିଫଳ ହେବାପରେ ନିଜର କିଛି କରିବାକୁ ଇଚ୍ଛା ପ୍ରକାଶଲେ । ତେବେ ତାଙ୍କ ଦୃଢ ଇଛାଶକ୍ତି ଓ ମନବଳକୁ ସମସ୍ତେ ପ୍ରଂଶସା କରିଛନ୍ତି ।

https://thetopmost.in/?p=1410

https://thetopmost.in/?p=1382

https://thetopmost.in/?p=1476