STA ର ବ୍ରାଣ୍ଡ ଆମ୍ବାସଡର ହୋଇ ହଜାରେ କୋଟିର ପଞ୍ଜି ସ୍କାମରେ ସାମିଲ ଥିବା ନେଇ ଅଭିନେତା ଗୋବିନ୍ଦାଙ୍କ ନାମରେ ଉଠିଛି ଅଭିଯୋଗ । ଏପରିକି ଖୁବ୍ ଶୀଘ୍ର ଓଡ଼ିଶା EOW ଗୋବିନ୍ଦାଙ୍କୁ ପଚରାଉଚରା ପାଇଁ ମୁମ୍ବାଇ ଯିବ ବୋଲି ବି ସୂଚନା ମିଳିଛି । ଏହି ଘଟଣାକୁ ନେଇ ଗୋବିନ୍ଦା ପାଟି ଫିଟାଇ ନଥିବାବେଳେ ସଫେଇ ଦେଇଛନ୍ତି ତାଙ୍କ ମ୍ୟାନେଜର ଶଶୀ ସିହ୍ନା । ଶଶୀ ସିହ୍ନାଙ୍କ ସୂଚନା ଅନୁଯାୟୀ, ଏହି ଅଭିଯୋଗ ସହିତ ଗୋବିନ୍ଦାଙ୍କର କିଛି ଲିଙ୍କ ନାହିଁ । ଗୋବିନ୍ଦା ଏକ ଏଜେନ୍ସି ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାବାଦ ତାଙ୍କର କମ୍ପାନୀର ବିଜନେସ୍ ତଥା ବ୍ରାଣ୍ଡିଂ ସହ କୌଣସି ସମ୍ପର୍କ ନାହିଁ । ସେ କେବଳ କିଛି ପ୍ରମୋସନାଲ ଭିଡିଓ ସୁଟ୍ କରିଥିଲେ । ଏହି ଘଟଣାର ତଦନ୍ତ ଭାର ସମ୍ଭାଳିଥିବା ଓଡ଼ିଶା EOWର ଡିଏସ୍ପି କହିଛନ୍ତି, ବହୁ ଅଭିଯୋଗ ହେବା ପରେ ଆମେ ଏହି ମାମଲାର ତଦନ୍ତ ଆରମ୍ଭ କରିଛୁ । ତଦନ୍ତ ସମୟରେ STA ନିଜର ଟୋକନ ଲଞ୍ଚ କରିଥିବା ଜଣାଯାଇଛି । ଏହି ଟୋକନ ଏକ ଚେନ୍ ସିଷ୍ଟମ ଭାବେ କାମ କରୁଥିବା ବେଳେ ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ୍ କରାଇ ପାରିଲେ ଅଧିକରୁ ଅଧିକ ଟଙ୍କା ରୋଜଗାର କରି ହେବ ବୋଲି ଆର୍ଥିକ ଲୋଭ ଦେଖାଯାଉଥିଲା । ଫଳରେ ଏହି କମ୍ପାନୀର ସଦସ୍ୟ ନିଜ ଅଧୀନରେ ବହୁ ଲୋକଙ୍କୁ ଜଏନ କରାଇ ମାଲେମାଲ ହୋଇଛନ୍ତି । ମାତ୍ର ସେମାନଙ୍କ କଥାରେ ଫସି ବହୁ ଲୋକଙ୍କ ଟଙ୍କା ବୁଡ଼ି ରହିଥିବା ବେଳେ ସେମାନଙ୍କ ସନ୍ଧାନ ମିଳି ପାରୁନି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ