ଯୁବ ସାମ୍ବାଦିକଙ୍କ ପାଇଁ ଖୁସି ଖବର, SDIPROରେ ବାହାରିଲା ନିଯୁକ୍ତି ସୁଯୋଗ

OPSCରେ SDIPRO ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୩୯ ପଦବୀ ପୂରଣ ହେବ। ବିଶେଷକରି ସାମ୍ବାଦିକ ପ୍ରାର୍ଥୀ ଏହାର ସୁଯୋଗ ନେବେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OPSCର ଅଫିସିଆଲ୍ ୱେବ୍‌ସାଇଟ୍‌ www.opsc.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ୱେବ୍‌ସାଇଟ୍‌ କୁ ଯାଇ What’s New ତାଲିକାରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୩୦ ସେପ୍ଟେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୦ ଅକ୍ଟୋବର ୨୦୨୪

ଖାଲି ପଦବୀ:

  • UR – ୨୧ ଟି ପୋଷ୍ଟ୍‌
  • SEBC – ୦୩ ଟି ପୋଷ୍ଟ୍‌
  • SC – ୦୬ ଟି ପୋଷ୍ଟ୍‌
  • ST – ୦୯ ଟି ପୋଷ୍ଟ୍‌
  • ମୋଟ୍ – ୩୯ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ପ୍ରାର୍ଥୀମାନେ ବ୍ୟାଚ୍‌ଲର୍‌ ଡିଗ୍ରୀ ସହିତ ସାମ୍ବାଦିକତା ଏବଂ ମାସ୍‌ କମ୍ୟୁନିକେସନ୍‌ରେ ଏକ ବର୍ଷର ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା କିମ୍ବା ସାମ୍ବାଦିକତା ଏବଂ ମାସ୍‌ କମ୍ୟୁନିକେସନ୍‌ରେ ଡିଗ୍ରୀ ହାସଲ କରିବା ଆବଶ୍ୟକ।

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୮ବର୍ଷ
  • ସର୍ବାଧିକ ବୟସ – ୩୮ବର୍ଷ
  • ବୟସ ଗଣନା ୦୧।୦୧।୨୦୨୪ ଅନୁସାରେ ହେବ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବ୍‌ସାଇଟ୍‌ www.opsc.gov.in କୁ ଯାଆନ୍ତୁ
  • Apply” ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ସଠିକ୍ ଭାବରେ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • Submit‘ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ
SHARE BY