ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କ ପୂଜାଭେଟି । ବଢିଲା ଅଣସଂଗଠିତ ଶ୍ରମିକଙ୍କ ଦୈନିକ ମଜୁରୀ । ଏହି ବର୍ଦ୍ଧିତ ମଜୁରୀ ଅକ୍ଟୋବର ୧ରୁ ଲାଗୁ ହେବ ।। ନିର୍ମାଣ କାମ, ପରିବହନରେ ନିୟୋଜିତ ହେଉଥିବା ଶ୍ରମିକ, ପରିମଳ ବିଭାଗ, ଖଣି ଓ କୃଷିକ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଲାଗୁ ହେବ ଏହି ନୂଆ ନିୟମ । କୁଶଳି, ଅଣକୁଶଳୀ, ଅର୍ଦ୍ଧକୁଶଳୀ ଓ ଅତିକୁଶଳୀ ଶ୍ରମିକଙ୍କୁ ମିଳିବ ଏହି ବର୍ଦ୍ଧିତ ମଜୁରୀ ।
ଅଣକୁଶଳୀ ପାଇଁ ଦୈନିକ ୭୮୩ ଟଙ୍କା (ମାସିକ ୨୦,୩୫୮ ଟଙ୍କା), ଅର୍ଦ୍ଧକୁଶଳୀ ପାଇଁ ୮୬୮ ଟଙ୍କା (ମାସିକ ୨୨,୫୬୮ ଟଙ୍କା), ଦକ୍ଷ କ୍ଲରିକାଲ ଏବଂ ୱାଚ୍ ଆଣ୍ଡ ୱାର୍ଡ ପାଇଁ ଦୈନିକ ୯୫୪ ଟଙ୍କା (ମାସିକ ୨୪,୮୦୪ ଟଙ୍କା) ଏବଂ ଉଚ୍ଚ କୁଶଳୀ ପାଇଁ ଦୈନିକ ୧୦୩୫ ଟଙ୍କା ଅର୍ଥାତ୍ ମାସିକ ୨୬,୯୧୦ ଟଙ୍କା ଧାର୍ଯ୍ୟ କରାଯାଇଛି।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍