The Topmost

“The eyes believe themselves, the ears believe other people.”

ଭ୍ୟାଲେଣ୍ଟାଇନରେ ଦିଅନ୍ତୁ ବ୍ଲାକ୍ ଚକୋଲେଟ୍, ପ୍ରେମ ଓ ଶରୀର ଉଭୟ ପାଇଁ ଭଲ

ଚକୋଲେଟ୍‌ ଖାଇଲେ ଦାନ୍ତ ପୋକ ଖାଇବାରୁ ନେଇ ବିଭିନ୍ନ କାରଣ ଦର୍ଶାଇ ବଡ଼ମାନେ ପିଲାମାନଙ୍କୁ ଚକୋଲେଟ୍‌ ଖାଇବାକୁ ଦେଇନଥାନ୍ତି। ଏହା ସତ ଯେ ଅତ୍ୟଧିକ ମାତ୍ରାରେ ଚକୋଲେଟ୍‌ ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ। ମାତ୍ର ଚକୋଲେଟ୍‌ରେ ବି କିଛି ଭଲ ଗୁଣ ବି ଅଛି। କେତେକାଂଶରେ ଚକୋଲେଟ୍‌ ସ୍ବାସ୍ଥ୍ୟ ପାଇଁ ଦରକାରୀ ମଧ୍ୟ।

ବଜାରରେ ଉପଲବ୍ଧ ଡାର୍କ ଚକୋଲେଟ୍‌ରେ ପ୍ରଚୁର ପରିମାଣର ନ୍ୟୁଟ୍ରିଏଣ୍ଟ୍‌ସ ରହିଛି, ଯାହାକି ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ ହୋଇଥାଏ। କୋ‌କୁଆ ଗଛର ମଞ୍ଜିରୁ ତିଆରି ଏହି ଚକୋଲେଟ୍‌ ଆଣ୍ଟିଅକ୍ସିଡାଣ୍ଟ୍‌ର ସର୍ବତ୍କୃଷ୍ଟ ଉତ୍ସ। ଗବେଷଣାରୁ ଜାଣିବାକୁ ମିଳିଛି ‌ଯେ ଚିନି ବିହିତ ଡାର୍କ ଚକୋଲେଟ୍‌ ଖାଇଲେ କିଛି ବି କ୍ଷତି ହୋଇନଥାଏ, ବରଂ ଏହା ଦୃଦ୍‌ ରୋଗର ସମ୍ଭାବନା କମ୍‌ କରିଥାଏ। ଏହାକୁ ଖାଇବା ଦ୍ବାରା ଶରୀରରେ ରକ୍ତ ଚଳାଚଳ ଉତ୍ତମ ହୋଇଥାଏ ଓ ଏହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଖୁବ୍ ଭଲ। ଡାର୍କ ଚକୋଲେଟ୍‌ ରକ୍ତଚାପ କମ୍‌ କରିଥାଏ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି।

ଡାର୍କ ଚକୋଲେଟ୍‌ ଶରୀରରେ ରକ୍ତ ଚଳାଚଳକୁ ଠିକ୍‌ ରଖିବା ସହ ସୂର୍ଯ୍ୟୋକିରଣରୁ ମଧ୍ୟ ତ୍ବଚାକୁ ସୁରକ୍ଷା ଦେଇଥାଏ। ସୂର୍ଯ୍ୟୋକରିଣ ସଂସ୍ପର୍ଶରେ ଆସିବା ପରେ ତ୍ବଚାକୁ ଯେଉଁ କ୍ଷତି ପହଞ୍ଚିଥାଏ, ତାହା ଏହି ଚକୋଲେଟ୍‌ ଖାଇବା ଦ୍ବାରା କିଛି ପରିମାଣରେ ଆୟତ୍ତରେ ରହିଥାଏ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହା ମସ୍ତିଷ୍କକୁ ତୀକ୍ଷ୍ମ କରିଥାଏ। ଏଥିପାଇଁ ଆପଣ ନିଜ ଘରର ପିଲାମାନଙ୍କୁ ପାଠ ପଢ଼ିବାକୁ ବସିବା ପୂର୍ବରୁ ଏହି ଚକୋଲେଟ୍‌ରୁ ଖଣ୍ଡେ ଖାଇବାକୁ ଦେଇପାରନ୍ତି।

SHARE BY