ଅଦା ଆମ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ ତାହା ଆମେ ସମସ୍ତେ ଜାଣନ୍ତି। ଅଦାରୁ ଶରୀରକୁ ପୋଷଣ ମିଳିଥାଏ। ଏହା ଶରୀର ପାଇଁ ଖୁବ ଭଲ। ବିଶେଷକରି ମସ୍ତିଷ୍କ ପାଇଁ ଅଦା ଅତି ଭଲ ହୋଇଥାଏ। ଏହାକୁ ଅନେକ ପ୍ରକାର ମସଲାରେ ବ୍ୟବହାର କରି ହେବ। ପ୍ରତିଦିନ ଅଦା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଅଦା ଖାଇବା ଦ୍ବାରା ଅନେକ ପେଟ ରୋଗ ବି ଦୂର ହୋଇଥାଏ।
ଅଦା ଖାଇବା ଦ୍ୱାରା ଶରୀରରୁ ଝାଳ ବୋହିବା କମ୍ ହୋଇଥାଏ। ଏହା ବ୍ୟକ୍ତିକୁ ଯୁବା ଦିଶେଇବାରେ ସହାୟ ହୁଏ। ରୀତିମତ ଅଦା ଖାଉଥିବା ବ୍ୟକ୍ତିଙ୍କୁ ସକାଳୁଆ ଆଳସ୍ୟ ଲାଗେ ନାହିଁ। ବିଶେଷ କରି ମହିଳାମାନଙ୍କୁ ଗର୍ଭବତୀ ଥିବା ସମୟରେ ଯେଉଁଭଳି ମାନ୍ଦା ଅନୁଭୂତ ହୋଇଥାଏ ଅଦା ଖାଇବା ଦ୍ୱାରା ତାହା କମ୍ ହୋଇଥାଏ। ଗଣ୍ଠିମୁଣ୍ଡରେ ଯେଉଁ ଯନ୍ତ୍ରଣା ଅନୁଭବ ହୋଇଥାଏ ଅଦା ଖାଇବା ଦ୍ୱାରା ତାହା କମ୍ ଜଣାଯାଏ। ଏହା ହୁଏତ ତୁରନ୍ତ ଅନୁଭୂତ ନ ହୋଇପାରେ ମାତ୍ର ସବୁଦିନ ପାଇଁ ଯନ୍ତ୍ରଣାକୁ ଦୂରେଇ ଦେଇପାରେ ଅଦା।
ହୃଦ୍ରୋଗୀଙ୍କ ପାଇଁ ମଧ୍ୟ ଅଦା ଖୁବ୍ ଭଲ ହୋଇଥାଏ। ଗବେଷକମାନଙ୍କ କହିବା ଅନୁଯାୟୀ ଦିନକୁ ୨ ଗ୍ରାମ୍ ଅଦା ଖାଇବା ଦ୍ୱାରା ରକ୍ତରୁ ସର୍କରା ସ୍ତର ୧୦ ପ୍ରତିଶତ କମ୍ ହୋଇଥାଏ। ଅଦାର କୌଣସି ପାର୍ଶ୍ୱ ପ୍ରଭାବ ମଧ୍ୟ ନାହିଁ। ଶରୀରରୁ ଚର୍ବି ଖସାଇବାରେ ଅଦାର ଭୂମିକା ଅତୁଳନୀୟ। ରୀତିମତ ଅଦା ଖାଇବା ଅଭ୍ୟାସ କଲେ ଶରୀରରେ ଥିବା ଅତିରିକ୍ତ ଚର୍ବି ହ୍ରାସ୍ ପାଇଥାଏ।
More Stories
ଭୁଲରେ ବି ପିଅନ୍ତୁନି ଚା ସହ ପ୍ରୋଟିନ୍ ଯୁକ୍ତ ଖାଦ୍ୟ
ଅନିଦ୍ରାପଣକୁ ଦୂର କରିଥାଏ ଏହି ପାନୀୟ
ହୃଦରୋଗ ଆଶଙ୍କା ଥିଲେ ଏଡାଇଦେବ ଏହି ପରିବା