କଟକିଆଙ୍କ ଅନେକ ଦିନର ସ୍ବପ୍ନ ହେଲା ସାକାର । କଟକରେ ଉତ୍ସବର ମାହୋଲ ସାଙ୍ଗକୁ ଆନନ୍ଦିତ ସହରବାସୀ । ହଁ ଆଜ୍ଞା, କଟକର ରୂପା ତାରକସିକୁ ମିଳିଛି ଜିଆଇ ମାନ୍ୟତା । ଓଡ଼ିଶା ହସ୍ତକଳା ସମବାୟ ସମିତି ତରଫରୁ ଏନେଇ ଆବେଦନ କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ଜିଓଲୋଜିକାଲ ଇଣ୍ଡିକେସନ ପକ୍ଷରୁ ଏହାକୁ ମଞ୍ଜୁର କରାଯାଇଛି । ତେବେ ଖୁବଶୀଘ୍ର ଏହାର ପ୍ରମାଣପତ୍ର ପ୍ରଦାନ କରାଯିବ । ରୂପା ତାରକସିକୁ ଜିଆଇ ମାନ୍ୟତା ପରେ ଖୁସି ପ୍ରକାଶ କରିଛନ୍ତି କଟକ ସହରବାସୀ । ସେହିପରି ସୋସିଆଲ ମିଡିଆ ଏକ୍ସରେ କାରିଗର ଓ ଜିଲ୍ଲା ପ୍ରଶାସନକୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ରାଜ୍ୟ ପାଇଁ ଗୌରବର ବିଷୟ ହୋଇଥିବା ବେଳେ ଶତାଦ୍ଦୀ ପୁରୁଣା ଏହି ହସ୍ତକଳା କେବଳ କଟକକୁ ନୁହେଁ ବରଂ ଓଡ଼ିଶାକୁ ସାରା ରାଜ୍ୟରେ ପରିଚିତ କରାଇଥିବା ସେ କହିଛନ୍ତି । ନିକଟରେ ରାଜ୍ୟର ୮ଟି ଉତ୍ପାଦକୁ ଜିଆଇ ମାନ୍ୟତା ମିଳିଥିଲା । ଯେମିତି କି ଢେଙ୍କାନାଳର ସ୍ୱାଦିଷ୍ଟ ମଗଜି, କୋରାପୁଟର କଳାଜିରା ଚାଉଳ, ମୟୂରଭଞ୍ଜର କାଇ ଚଟଣି, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଖଜୁରି ଗୁଡ଼, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍, ଲାଞ୍ଜିଆ ସୌରା ଚିତ୍ରକଳାକୁ ଜିଆଇ ମାନ୍ୟତା ମିଳିଥିଲା ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା