The Topmost

“The eyes believe themselves, the ears believe other people.”

ମଖ୍ଖନ୍ ପରି ଚମକିବ ସ୍କିନ୍, ଆପଣାନ୍ତୁ ଏହି ଉପାୟ..

କିସ୍‌ମିସ୍‌ ଖାଇବାକୁ କାହାକୁ ବା ଭଲ ଲାଗେନା ? କିସ୍‌ମିସ୍‌ ଖାଇବାକୁ ଯେତିକି ସ୍ବାଦିଷ୍ଟ ତାହା ଦେହ ପାଇଁ ତା’ଠାରୁ ବି ଅଧିକ ଭଲ। କିସ୍‌ମିସ୍‌ ସଂପର୍କରେ ଆହୁରି ଗୁଡ଼ାଏ କଥା ଅଛି ଯାହା ହୁଏତ ଆପଣ ଜାଣି ନଥିବେ। ଏଥିରେ ବହୁ ସ୍ୱାସ୍ଥ୍ୟଗତ ଫାଇଦା ରହିଛି। କିସ୍‌ମିସ୍‌ ଖାଇବା ଦ୍ୱାରା ଉତ୍ତମ ହଜମ ହେବା ସହ କୋଷ୍ଠକାଠିନ୍ୟ ବି ଦୂର ହୋଇଥାଏ।  ଥଣ୍ଡା, ଜ୍ୱର, କାଶ ଆଦି ରୋଗର ନିରାକରଣ ବି ଏଥିରେ ରହିଛି ବୋଲି ଗବେଷକମାନେ ମତ ଦେଇଛନ୍ତି।

କେବଳ ସେତିକି ନୁହେଁ, ଏହାର ସକାରାତ୍ମକ ପ୍ରଭାବ ଆଖି, ଦାନ୍ତ, କେଶ ଓ ହାଡ଼ ଆଦିରେ ପଡ଼ିଥାଏ। ଏଥିରେ କ୍ୟାଲ୍‌ସିୟମ୍‌, ଆଇରନ୍‌, ପଟ୍ଟାସିୟମ୍‌, ଫସ୍‌ଫରସ୍‌ ଏବଂ ମାଗ୍‌ନେସିୟମ ଆଦି ରହିଛି। ଏହାବ୍ୟତୀତ ଏଥିରେ ଭିଟାମିନ ସି, ଏବଂ ବି-୬ ମଧ୍ୟ ରହିଛି।

ରାତିରେ ୪ଟି କିମ୍ବା ୬ଟି କିସ୍‌ମିସ୍‌କୁ ପାଣିରେ ଭିଜେଇ ଦିଅନ୍ତୁ। ସକାଳୁ ଉଠି ଦାନ୍ତ ଘସିବା ପରେ ଖାଲି ପେଟରେ ସେହି ପାଣି ମିଶା କିସ୍‌ମସ୍‌କୁ ଖାଇଦିଅନ୍ତୁ। ନିୟମିତ କିସ୍‌ମିସ୍‌ ଖାଇଲେ ତ୍ବଚା ଚିକ୍କଣ ହୋଇଥାଏ।

ଯେଉଁମାନଙ୍କର ସ୍ୱାସ୍ଥ୍ୟ ସହଜରେ ଲାଗେ ନାହିଁ ସେମାନେ କିସ୍‌ମିସ୍‌ ଖାଇପାରନ୍ତି। ଏହା ଶରୀରରେ ଅତିରିକ୍ତ ଚର୍ବି ନ ବନାଇ ବ୍ୟକ୍ତିକୁ ମୋଟା ହେବାରେ ସହାୟ ହୋଇଥାଏ।

କିସମିସରେ କର୍କଟ ରୋଗକୁ ପ୍ରତିରୋଧ କରିବାର କ୍ଷମତା ରହିଛି। ଏହାଛଡ଼ା କିସ୍‌ମିସ୍‌ ଖାଇବା ଦ୍ବାରା ହୃଦ୍‌ରୋଗ, ମଧୁମେହ, ନିଦ୍ରାହୀନତା, ତ୍ୱଚା, କେଶ, କିଡନୀ ଜନିତ ରୋଗ ଆଦି ମଧ୍ୟ ଦୂର ହୋଇଥାଏ । ଏହାକୁ ନିୟମିତ ଖାଇଲେ ଅନେକ ସୁଫଳ ମିଳିବ।

SHARE BY