February 12, 2026

ଆଉ ହଇରାଣ କରିବନି ଟିନ୍ ଏଜ୍ ବ୍ରଣ !

ମୁହଁରେ ବ୍ରଣ କିମ୍ବା କଳା ଦାଗ ହୋଇଗଲେ ପୂରା ମନଟା ହିଁ ବିରକ୍ତିପୂର୍ଣ୍ଣ ହୋଇଯାଏ। କେଉଁ ବି କାର୍ଯ୍ୟରେ ମନ ଲାଗେ ନାହିଁ। ଦାଗ କିପରି କମ୍‌ କରାଯାଇ ପାରିବ ସେହି ସବୁ ଭାବନା ମନକୁ ଆସେ। ଆପଣଙ୍କ ମୁହଁରେ ବି ଯଦି କଳାଦାଗ ଅଛି ତେବେ ତାହା ଏକ ଚିନ୍ତା କରିବା ପରି ବିଷୟବସ୍ତୁ ଆଦୌ ବି ନୁହେଁ। ଆପଣ କେତୋଟି ଘରୋଇ ଉପାୟ ଦ୍ୱାରା ତାହାକୁ ଦୂରେଇ ଦେଇ ପାରିବେ। ଚାଲନ୍ତୁ ଜାଣିବା ସେସବୁ କ’ଣ।

ରାତିରେ ଶୋଇବା ପୂର୍ବରୁ କାକୁଡ଼ିକୁ ଗୋଲ ଗୋଲ କରି କାଟି କଳାଦାଗ ଅଂଶରେ ଲଗାଇ ଶୋଇ ପଡନ୍ତୁ। ସକାଳକୁ ଉଠି ତାହାକୁ କାଢ଼ନ୍ତୁ। ଏପରି କରିବାର ଦ୍ୱିତୀୟ ଦିନରେ ହିଁ ଆପଣ ପ୍ରଭାବ ଜାଣିପାରିବେ।

ବ୍ରଣ ହେଉ  କିମ୍ବା ହାଡ଼ଫୁଡ଼ି। ଯେକୌଣସି ବି କାରଣରୁ କଳା ଦାଗ ହୋଇଥିଲେ ଆପଣ ମୁହଁରେ ପଇଡ଼ ପାଣି ଲଗାଇ ତାହାକୁ ଦୂର କରିପାରିବେ। ପଇଡ଼ ପାଣିରୁ ଟିକିଏ ନିଅନ୍ତୁ। କିଛି ତୁଳା ସାହାଯ୍ୟରେ ସେଇ ପଇଡ଼ ପାଣିକୁ ମୁହଁ ଯାକ ଲଗାନ୍ତୁ। ଏହାକୁ ଲଗାଇବାର ୭ ଦିନ ଭିତରେ ଦାଗ କମିଯାଇ ଥାଏ।

ଗୋଲାପ ଜଳ ଓ ମହୁ ଦାଗ କମାଇବା ପାଇଁ ଖୁବ୍‌ ଭଲ। ମୁହଁ ଧୋଇବା ପରେ ଆପଣ ଯଦି ଗୋଲାପ ଜଳ, ମହୁ ମାଲିସ୍‌ କରି ରାତିରେ ଶୋଉଛନ୍ତି ତେବେ ଖୁବ୍‌ ଭଲ। ଯଦି ଅଠାଳିଆ ଲାଗିବାରୁ ଟିକେ ବିରକ୍ତ ଲାଗୁଛି ତେବେ ଆପଣ ୧ ଘଣ୍ଟା ପରେ ଏହାକୁ ଧୋଇ ଦେଇପାରିବେ।

SHARE BY