ଆଗାମୀ ଦିନରେ ସମୁଦାୟ ୨୮୪୩୯ ଶିକ୍ଷକ ନିଯୁକ୍ତି ଦେବାକୁ ଯାଉଛନ୍ତି ରାଜ୍ୟ ସରକାର । ଯେଉଁ ୫୬୩୩ ସ୍କୁଲ ବନ୍ଦ ହୋଇଥିଲା ବିଜେଡି ସରକାର ସମୟରେ ତାହା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି । କୋର୍ଟର ରାୟ ଆସିବା ପରେ ଆମ ସରକାର ଖୋଲିବାକୁ ନିଷ୍ପତ୍ତି ନେବ । ପ୍ରତି ବ୍ଲକରେ ଏକଲବ୍ୟ ମଡେଲ ସ୍କୁଲ କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।
ମଧ୍ୟାହ୍ନ ଭୋଜନ ଟଙ୍କା ବୃଦ୍ଧିକୁ ନେଇ ମୋହନ ସରକାର ମଧ୍ୟ ଚିନ୍ତିତ ଅଛନ୍ତି । ଆଗାମୀ ଦିନରେ ମଧ୍ୟାହ୍ନ ଭୋଜନ ଟଙ୍କା ଅଧିକ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯିବ । ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଦେବା ଆମ ସରକାରଙ୍କ ପ୍ରାଥମିକତା । ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳରେ ୧୬୦୦ ନୂଆ ହଷ୍ଟେଲ ହେବ । ପ୍ରତି ହଷ୍ଟେଲ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ହେବ । ଗଣଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା