ପ୍ରଖ୍ୟାତ ଲେଖିକା ତଥା ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର ରାତିରେ ଗୀତାଙ୍କ ବିୟୋଗ ହେବା ପରେ ନୂଆଦିଲ୍ଲୀ ଗସ୍ତ କରିଥିଲେ ନବୀନ । ଆଜି ସନ୍ଧ୍ୟାରେ ଗୀତାଙ୍କ ପୁଅ ଆମେରିକାରୁ ଆସିବା ପରେ ଆସନ୍ତା କାଲି ଗୀତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି । ଶନିବାର ରାତିରେ ନୂଆଦିଲ୍ଲୀସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଗୀତା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କନ୍ୟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକଙ୍କ ବଡ଼ ଭଉଣୀ ଥିଲେ ଗୀତା ମେହେଟ୍ଟା । ୧୯୪୩ରେ ବିଜୁ ପଟ୍ଟନାୟକ ଓ ଜ୍ଞାନ ଦେବୀଙ୍କ କୋଳ ମଣ୍ଡନ କରିଥିଲେ ଗୀତା । ଗୀତା ଭାରତ ଓ ବ୍ରିଟେନରେ ଶିକ୍ଷା ଲାଭ କରିଥିଲେ । ବିଶିଷ୍ଟ ପ୍ରକାଶକ ସନି ମେହେଟ୍ଟାଙ୍କ ସହ ଗୀତାଙ୍କର ବିବାହ ହୋଇଥିଲା । ଗୀତା ମେହେଟ୍ଟାଙ୍କ ବିୟୋଗ କେବଳ ଓଡ଼ିଶା ନୁହେଁ, ସାରା ଦେଶ ଓ ବିଶ୍ବ ଲାଗି ଅପୂରଣୀୟ କ୍ଷତି । ବୃତ୍ତଚିତ୍ର ନିର୍ମାତା, ସାମ୍ବାଦିକା ଭାବେ ବି ବେଶ୍ ଖ୍ୟାତି ଅର୍ଜନ କରିଥିଲେ ଗୀତା । ନିଜର ଯଶସ୍ବୀ ସାଧନା, ଅଙ୍ଗୀକାର, ଲେଖକୀୟ ମହାନୁଭବତାକୁ ପାଥେୟ କରି ସେ ସମୃଦ୍ଧ କରିଥିଲେ ସାହିତ୍ୟ ଭଣ୍ଡାର । ନିଜ ଗରିମା ବଳରେ ସେ ସୃଷ୍ଟି କରିଥିଲେ ନିଜର ସ୍ବତନ୍ତ୍ର ପରିଚୟ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି