ଗ୍ୟାସ୍ଷ୍ଟ୍ରିକ୍ ଆଜିକାଲି ଏକ ସାଧାରଣ ସମସ୍ୟା। ବେଳେବେଳେ ଯଦି ଆପଣ ଅଧିକ, ତେଲିଆ ଏବଂ ମସଲାଯୁକ୍ତ ଖାଦ୍ୟ ଖାଆନ୍ତି ତେବେ ପେଟରେ ଗ୍ୟାସ୍ ସୃଷ୍ଟି ହେବାକୁ ଆଦୌ ସମୟ ନିଏ ନାହିଁ। ଯେତେବେଳେ ପେଟରେ ଗ୍ୟାସ୍ ସୃଷ୍ଟି ହୁଏ ତ କିଛି ବି କାମରେ ମନ ଲାଗନି। ଏହି ପରିସ୍ଥିତିରେ ଗ୍ୟାସରୁ ମୁକ୍ତି ପାଇବା ଆବଶ୍ୟକ ହୋଇପଡ଼େ। ତେବେ ଚାଲନ୍ତୁ ଜାଣିବା କେଉଁ ଉପାୟରେ ଆମେ ଏଥିରୁ ମୁକ୍ତି ପାଇପାରିବା।
ଆମେ ଅପଣଙ୍କୁ ଏକ ଘରୋଇ ଉପାୟ କହିବୁ, ଯେଉଁଥିରେ ଅାପଣ ଚୁଟ୍କିରେ ଗ୍ୟାସ୍ ଦୂର କରିପାରିବେ। ଏଥିପାଇଁ ଆପଣଙ୍କୁ ନେବାକୁ ପଡ଼ିବ ୨ ଚାମଚ୍ ଜୁଆଣି, ଏକ ଚତୁର୍ଥାଂଶ ଚାମଚ୍ ହେଙ୍ଗୁ, ଗୋଟାଏ ଚାମଚ କଳା ଲୁଣ।
ଆପଣ ଗ୍ୟାସ୍ରେ ତାୱା ବସାଇ ଉଷୁମ କରିଦେବେ। ତାପରେ ପ୍ରଥମେ ଜୁଆଣି ପକାଇବେ। ତାପରେ ଭାଜି ହୋଇଗଲା ପରେ ଜୁଆଣିକୁ ଥଣ୍ଡା ହେବାକୁ ରଖିଦେବେ। ତାପରେ ସେଥିରେ ହେଙ୍ଗୁ ଓ କଳା ଲୁଣ ମିଶାଇ ତାହାକୁ ଗୁଣ୍ଡ କରିଦେବେ। ତାପରେ ସେହି ଗୁଣ୍ଡକୁ ଏକ ଖାଲି ପାତ୍ରରେ ରଖିଦିଅନ୍ତୁ।
ଏହି ଘରୋଇ ଚୁର୍ଣ୍ଣରେ ଦୂରେଇ ଯିବ ଆପଣଙ୍କ ପେଟର ଗ୍ୟାସ୍ ସମସ୍ୟା। ଯେବେ ବି ଆପଣଙ୍କୁ ଗ୍ୟାସ୍ ହେବା ପରି ଅନୁଭବ ହେବ ତ ସେହି ଚୁନାରୁ ଅଧା ଚାମଚ ଖାଇ ପାଣି ପିଇଦିଅନ୍ତୁ। ଦେଖିବେ ଆପଣଙ୍କ ଗ୍ୟାସ୍ ଚୁଟ୍କିରେ ଭଲ ହୋଇଯିବ। ତେବେ ଗ୍ୟାସ୍ ଦୂର କରିବାକୁ ଆପଣ ଜିରା ପାଉଡର୍ ବି ସେବନ କରିପାରିବେ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା