ସେପ୍ଟେମ୍ବର ପହିଲାରୁ ଗ୍ରାହକଙ୍କୁ ପୁଣି ମହାଙ୍ଗା ମାଡ଼ । ୩୯ ଟଙ୍କା ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦାମ୍ । ଅଗଷ୍ଟ ମାସ ପରେ ପୁଣି ଥରେ ରୋଷେଇ ଗ୍ୟାସ୍ ଦର ବୃଦ୍ଧି ପାଇଛି । ଆଜିଠୁ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ବର୍ଦ୍ଧିତ ଦରରେ ଉପଲବ୍ଧ ହେବ। ତେବେ ତୈଳ କମ୍ପାନୀଗୁଡିକ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି।
ଏହି ବର୍ଦ୍ଧିତ ଦର ସକାଳ ୬ଟାରୁ ଲାଗୁ ହୋଇଛି । କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ଘଟିବା ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ୍ ସିଲିଣ୍ଡର ୧୬୫୨.୫୦ ଟଙ୍କାରୁ ବଢ଼ି ୧୬୯୧.୫୦ ଟଙ୍କା ହୋଇଛି । ସେହିପରି କୋଲକାତାରେ ବ୍ୟବସାୟିକ ରୋଷେଇ ଗ୍ୟାସ ଦର ୧୭୬୪.୫୦ ଟଙ୍କାରୁ ବୃଦ୍ଧି ପାଇ ୧୮୦୨.୫୦ ଟଙ୍କାରେ ପହଞ୍ଚିଥିବାବେଳେ ମୁମ୍ବାଇରେ ୧୬୪୪ଟଙ୍କା ଓ ଚେନ୍ନାଇରେ ଗ୍ୟାସ ସିଲିଣ୍ଡିର ମୂଲ୍ୟ ୧୮୧୭ ଟଙ୍କାରୁ ୧୮୫୫ ଟଙ୍କାରେ ପହଞ୍ଚିଛି ।
More Stories
୧୦ ବର୍ଷରେ ଭାରତରେ ୧୭.୧ କୋଟି ଲୋକ ହୋଇଛନ୍ତି ଦାରିଦ୍ର୍ୟମୁକ୍ତ- ରିପୋର୍ଟ
ଚୀନ୍ ପାଇଁ ପ୍ରସ୍ତୁତ 10 ଆମେରିକୀୟ ବୋଇଂ ବିମାନ କିଣିବ ଏୟାର ଇଣ୍ଡିଆ
ଇଏସ୍ଆଇସି ପକ୍ଷରୁ ଭୁବନେଶ୍ବରରେ ଖୋଲିବ ସ୍ବତନ୍ତ୍ର ଚିକିତ୍ସାଳୟ