କୋରିଅର୍ କଣ୍ଟେନରରୁ ୬୦ ଲକ୍ଷ ଟଙ୍କାର ଭାଙ୍ଗ ଜବତ । ଓଡ଼ିଶା ଅବକାରୀ ଇତିହାସରେ ପ୍ରଥମ । ଏହି ମାମଲାରେ ବିହାରର ଦୁଇ ଅଭିଯୁକ୍ତ ଗିରଫ । ଏକ କୋରିଅର୍ ପାର୍ସଲ୍ କଣ୍ଟେନରରେ ବିହାର ବେଗୁସରାଇରୁ ଭୁବନେଶ୍ୱର ଆଡ଼କୁ ଚାଲାଣ କରାଯାଉଥିଲା । ଅବକାରୀ ଟିମ୍ ଏହି ଚୋରା କାରବାରରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ବିହାର ବେଗୁସରାଇର ଅଶୋକ ପାଶ୍ୱାନ ଏବଂ ଯୋଗେନ୍ଦ୍ର ପାଶ୍ୱାନକୁ ଗିରଫ କରିଛି । ବିହାର ବେଗୁସରାଇର ଅଶୋକ ଜଣେ କୁଖ୍ୟାତ ଭାଙ୍ଗ ମାଫିଆ । ବିହାର ବେଗୁସରାଇ ଜିଲ୍ଲାରୁ ୬୦ କୁଇଣ୍ଟାଲ ଭାଙ୍ଗ ଆଣିଥିଲା ଅଶୋକ । କେଜି ପିଛା ୧୦୦ ଟଙ୍କାରେ କିଣିଥିଲା । ତେବେ ଏତେ ପରିମାଣର ଭାଙ୍ଗ ଜବତ ଘଟଣା ଅବକାରୀ ବିଭାଗକୁ ବି ଚକିତ କରିଦେଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା