ଭାରତରୁ ଫେରାର ହୋଇ କାନାଡାରେ ଲୁଚିଥିବା ଜଣେ ଗ୍ୟାଙ୍ଗଷ୍ଟାରର ମୃତ୍ୟୁ । ପଞ୍ଜାବରୁ ଫେରାର ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁଖବିନ୍ଦର ସିଂଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀବଙ୍କ ଅତ୍ୟନ୍ତ ଖାସ୍ ଭାବେ ଜଣାଶୁଣା ଥିଲା ସୁଖବିନ୍ଦର । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସୁଖବିନ୍ଦର ଏନଆଇଏର ହିଟଲିଷ୍ଟରେ ରହିଥିଲା । କାନାଡାରେ ରହୁଥିଲେ ମଧ୍ୟ ସୁଖବିନ୍ଦର ଭାରତରେ ନିଜର ନେଟୱର୍କ ବିଛାଇଥିଲା । କାନାଡାରୁ ଫୋନ୍ କଲ ଯୋଗେ ଦାଦାବଟି ଆଦାୟ ଠାରୁ ଆରମ୍ଭ କରି ଅପହରଣ କାମ କରାଉଥିଲା ସୁଖବିନ୍ଦର । ଏହାପୂର୍ବରୁ ଚଳିତବର୍ଷ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରକୁ କାନାଡାରେ ଗୁଳି ମାରି ହତ୍ୟା କରାଯାଇଥିଲା । ହରଦୀପର ହତ୍ୟା ପରେ ଖଲିସ୍ତାନୀ ସମର୍ଥକ କାନାଡା ସମେତ ଲଣ୍ଡନ, ଆମେରିକା ଓ ଅନ୍ୟ କିଛି ସ୍ଥାନରେ ବିରୋଧ ପ୍ରଦର୍ଶନ କରିବା ସହ ଭାରତ ବିରୋଧୀ ନାରା ଦେଇଥିଲେ । ହରଦୀପ ସିଂ ମଧ୍ୟ ଏନଆଇଏର ଟପ୍ ଲିଷ୍ଟରେ ରହିଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ