ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍. ଏମ୍. ରାଜେନ୍ଦ୍ରନଙ୍କର ଶନିବାର ଚେନ୍ନାଇ ଠାରେ ପରଲୋକ ହୋଇଯାଇଛି । ୧୯୯୯ ମସିହାର ଅଭୁତପୂର୍ବ ମହାବାତ୍ୟାର ପରେ ପରେ ଶ୍ରୀଯୁକ୍ତ ରାଜେନ୍ଦ୍ରନ୍ ଓଡିଶାର ରାଜ୍ୟପାଳ ଭାବରେ କାର୍ଯ୍ୟଭାର ସମ୍ଭାଳିଥିଲେ । ରାଜ୍ୟ ସରକାରଙ୍କୁ ବିଶେଷ ଭାବେ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟରେ ସହାୟତା କରି ସେ ପ୍ରଶଂସିତ ହୋଇଥିଲେ । ଇଂରାଜୀରେ ରଚିତ ତାଙ୍କ ଆତ୍ମଜୀବନୀ ‘Service Uninterrupted’କୁ ଓଡିଆ ଭାଷାରେ ଦେଖିବାର ତାଙ୍କର ଅଭୀପ୍ସା ସତେ ଯେଭଳି ତାଙ୍କୁ ବଂଚାଇ ରଖିଥିଲା । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କର ଆତ୍ମଜୀବନୀ ଓଡ଼ିଆରେ ଅନୁବାଦ ଓ ପ୍ରକାଶନ କରାଯାଇଥିଲା । ଓଡ଼ିଆରେ ଅନୁବାଦିତ ତାଙ୍କର ଆତ୍ମଜୀବନୀ “ସେବା ଅବ୍ୟାହତ” କୁ ସୋଆର ପ୍ରଫେସର ନଚିକେତା ଖମାରୀ ଶର୍ମା ଅନୁବାଦ କରିଥିଲେ । ଏହି ପୁସ୍ତକକୁ ଗତ ଜୁଲାଇ ୨୦ ତାରିଖରେ ବିଶ୍ୱବିଦ୍ୟାଳୟ ପରିସରରେ ଉନ୍ମୋଚନ କରାଯାଇଥିବାବେଳେ ଅଗଷ୍ଟ ୨୦ ତାରିଖରେ ସେ ଭାରତର ରାଷ୍ଟ୍ରପତି ଙ୍କୁ ଔପଚାରିକ ଭାବେ ଭେଟି ଦେଇଥିଲେ ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍