ରାଜ୍ୟରେ ଅତିରିକ୍ତ ସଚିବ ମାନଙ୍କୁ ବାରମ୍ବାର ବଦଳି, ଯୋଗାଣ ବିଭାଗ ସଚିବ ଭି.ଭି. ଯାଦବଙ୍କ ବଦଳି ଓ ରାଜ୍ୟରେ କନ୍ଧମାଳରେ ଟାକୁଆ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଓ ରାଇସ୍ ମିଲରଙ୍କ ଠାରୁ ୭ ଲକ୍ଷ ଟଙ୍କା ନେବା ଆଦି ବିଭିନ୍ନ ଅଭିଯୋଗରେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ମନ୍ତ୍ରୀ କହିଛନ୍ତି, ୭ ଲକ୍ଷ ଟଙ୍କା ଯଦି ନେଇଛି, କହିଦେଲେ ହେବନି, ତାର ପ୍ରମାଣ ଦରକାର ନା । ତାର ପ୍ରମାଣ ଦେଲେ ମୁଁ ସଙ୍ଗେ ସଙ୍ଗେ ଇସ୍ତଫା ଦେଇଦେବି । ନବ ଦାସ ହତ୍ୟାକାଣ୍ଡର ରହସ୍ୟ କାହିଁକି ଉନ୍ମୋଚନ ହେଉନି । ଦିନ ଦ୍ବିପ୍ରହରରେ ଗୁଳି ହେଲା ଆଉ ମୃତ୍ୟୁ ହେଲା । ଆଇନ ତା ବାଟରେ ଯାଉଛି ନା । ଯଦି ଆଳୁ ଯୋଗାଣ ଓ ମିଶନ ଫେଲ୍ ମାରିଲା, ତମ ଆଳୁ ମିଶନର ୨୭୦ କୋଟି ଟଙ୍କା କୁଆଡେ ଗଲା । ଆଳୁ ଦର ବଢ଼ିଲା । ପଶ୍ଚିମବଙ୍ଗରୁ ଆଳୁ ଆସିଲାନି । ଆମେ ଉତ୍ତର ପ୍ରଦେଶରୁ ଆଳୁ ଆଣିଲୁ । ରେଟ୍ କମିଲା । ଫଳରେ ସେମାନେ କହିବାରେ ଫେଲ୍ ମାରିଲେ । ତାଙ୍କର ୨୪ ବର୍ଷର ଅନେକ ମିଶନ କ’ଣ ସଫଳ ହୋଇଛି । କାହିଁକି ଫେଲ୍ ମାରିଛି । ତାର ଉତ୍ତର କିଏ ଦେବେ ।
କନ୍ଧମାଳ ଟାକୁଆ ଖାଇ ଦୁଇ ମୃତ୍ୟୁ ଘଟଣାର ମୁଖ୍ୟମନ୍ତ୍ରୀ ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଆସୁ । ଛାନିଆ କାହିଁକି ହେଉଛନ୍ତି । କାଶୀପୁର ଘଟଣାରେ ୨୦ ଲୋକ ମରିଥିଲେ । ସେତବେଳକୁ କିଏ ଶାସନ କରୁଥିଲା । ସେମାନେ କ’ଣ ଇସ୍ତଫା ଦେଇଦେଲେ । ସେମାନେ ୨୪ ବର୍ଷରେ ଅନେକ ନାରକୀୟ କାଣ୍ଡ କରିଛନ୍ତି । ଆମେ ୨୪ ବର୍ଷର ହିସାବ ନିଶ୍ଚିନ୍ତ ମାଗିବୁ । ପରୀ, ବେବିନା, କୁନ୍ଦୁଲି କେସ୍ରେ କାହିଁକି ଚୁପ୍ । ପ୍ରତାପ ଜେନା ତିନୋଟା କେସ୍ରେ ସଂପୃକ୍ତ । କାହିଁକି ସେ ଇସ୍ତଫା ଦେଲେନି । ୨୪ ବର୍ଷରେ ତମେ କ’ଣ କରିଛ । କିଛି କରିନ । ଆଇଏସ ଅଫିସର ବଦଳି ହେବେ । ନୂଆ ସରକାର ଆସିଲା । ଯିଏ କାମ କରି ପାରିଲାନି ସେ ବଦଳି ହେବ । ଆଉ କାହାକୁ ବଦଳି କରାଯିବ ତାଙ୍କୁ କ’ଣ ପଚାରିକି କରିବୁ । ଆଉ କ’ଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫାଇଲ ପଠାଇବୁ ? ଆଉ ଭିଭି ଯାଦବ ଗୋଟିଏ ବିଭାଗରେ ୭ ବର୍ଷ ରହିଲେ । ସେ ପାରିଲେନି । ତାଙ୍କର ବଦଳି ହେଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡ଼ିଆ କହି ପାରିଲେନି । ଆଜି ମୁଁ ଚ୍ୟାଲେଞ୍ଜ କରୁଛି ଯଦି ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡ଼ିଆରେ ୧୦ଜିଲ୍ଲାର ନାଁ ବିନା ଲେଖାରେ କହିଦେବେ ତେବେ ମୁଁ ମନ୍ତ୍ରୀପଦ ଛାଡିଦେବି । ଆମେ କହିବୁ । ସେମାନେ ୨୪ ବର୍ଷରେ କିଛି କଲେନି । ମୁଁ ଧାନ ମଣ୍ଡି ବୁଲୁଥିଲି । ମଣ୍ଡିରେ କିଛି ନାହିଁ । ତମେ ୨୪ ବର୍ଷରେ କିଛି କରିନ । ଆମେ କହିବୁ । ଆମେ ଯେତେବେକେ କହୁଛି । ତାଙ୍କୁ ବାଧୁଛି । ସେତେବେଳେ ଆମକୁ ସେ କୁହାଳିଆ କହୁଛନ୍ତି । ଆମେ କହିବୁ ମାତ୍ର ୩ ମାସରେ ସେମାନେ ଏମିତି ହେଲେଣି । ଓଡ଼ିଆ ଲୋକ ସବୁ ଜାଣୁଛନ୍ତି । ଆଉ ନରସିଂହ ମିଶ୍ର ଜଣେ ବରିଷ୍ଠ ନେତା ତାଙ୍କ ବିଷୟରେ କିଛି ମୋର କହିବାର ନାହିଁ । କିନ୍ତୁ ନ ବୁଝି ନଜାଣି ଏପରି କହିବା ଠିକ୍ ନୁହଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।
ନିଶାରେ ଚୁର୍ ଡ୍ରାଇଭର ରାଗରେ ଚଢାଇଦେଲେ ଡମ୍ପର, ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ
More Stories
ନବ ଦାସଙ୍କ ଭାଇ ଘରେ ଆୟକର ରେଡ୍
ଚିନ୍ତାରେ ଇଣ୍ଡି ମେଣ୍ଟ, ଦଳରେ ଚାଲିଛି ଗୋଳମାଳ
ଭାରତ ପାଇଁ ପରବର୍ତ୍ତୀ ରାସ୍ତା କଣ?