The Topmost

“The eyes believe themselves, the ears believe other people.”

ଫ୍ଲାସ ଫ୍ଲଡରେ ଜଳବନ୍ଦୀ ନ୍ୟୁୟର୍କ

ନ୍ୟୁୟର୍କରେ ଫ୍ଲାସ ଫ୍ଲଡ । ସାରା ସହରରେ ଜାରି ହୋଇଛି ଏମର୍ଜେନସି । ଦଶନ୍ଧିରେ ସବୁଠାରୁ ବଡ ବର୍ଷା ହୋଇଥିବା ସୂଚନା ମିଳିଛି । ଫ୍ଲାସ ଫ୍ଲଡ ଯୋଗୁ ବିମାନ ଓ ସବଓ୍ବେଗୁଡିକରେ ସେବା ବାଧାପ୍ରାପ୍ତ ହୋଇଛି । ଜଳବନ୍ଦୀ ସ୍ଥିତି ଯୋଗୁ ଆମେରିକାର ଅର୍ଥନୈତିକ ରାଜଧାନୀରେ ଜନଜୀବନ ପ୍ରଭାବିତ ହୋଇଛି । ଜଳ ପ୍ରବାହ ଯୋଗୁ ଲେ ଗାର୍ଡିଆ ଏୟାରପୋର୍ଟକୁ ବନ୍ଦ ରଖାଯାଇଛି । ଅନେକ ସ୍ଥାନରେ ଶହ ଶହ କାର୍ ବୁଡି ଯାଇଥିବାବେଳେ ଟ୍ରାଫିକ ଜାମ୍ ପରିଲକ୍ଷିତ ହୋଇଛି । ସବଓ୍ବେରେ ଗାଡି ଚାଲିବା ସମ୍ଭବ ନଥିବାରୁ ଘରୁ ପଦାକୁ ନବାହାରିବା ଲାଗି ପରାମର୍ଶ ଦିଆଯାଇଛି । ସାରା ନ୍ୟୁୟର୍କ ସିଟିରେ ଏମର୍ଜେନସି ଜାରି କରିଛନ୍ତି ଗଭର୍ଣ୍ଣର କାଥି ହୋଚୁଲ । ପାଣି ପ୍ରବାହକୁ ଦୃଷ୍ଟିରେ ରଖି ଅଧିକାଂଶ ସବଓ୍ବେକୁ ବନ୍ଦ ରଖାଯାଇଛି । ନ୍ୟୁୟର୍କରେ 420ଟି ସବଓ୍ବେ ଷ୍ଟେସନ ଓ 30ଟି ସବଓ୍ବେ ଲାଇନ ଥିବାବେଳେ ଅଧିକାଂଶ ଷ୍ଟେସନରେ ଟ୍ରେନ ଚଳାଚଳ ବାତିଲ ହୋଇଛି । ବିଶ୍ବ ତାପାୟନ ଯୋଗୁ ନ୍ୟୁୟର୍କ ପରି ସହରରେ ଫ୍ଲାସ ଫ୍ଲଡ ଦେଖାଗଲା ବୋଲି ଆଶଙ୍କା କରାଯାଉଛି ।