ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍ ଉତ୍ସବ ଏ’ ବର୍ଗରେ ଗ୍ରାଣ୍ଡ ମାଷ୍ଟର ସାୟନ୍ତନ ଦାସ ଚାମ୍ପିଅନ ହୋଇଛନ୍ତି । ସେ ସର୍ବାଧିକ ୮ ପଏଣ୍ଟ ସହ ପ୍ରଥମ ସ୍ଥାନ ହାସଲ କରିଥିଲେ । ଜିଏମ୍ ଦୀପ୍ତାୟନ ଘୋଷ ୭.୫ ପଏଣ୍ଟ ସହ ରନର୍ସ ଅପ୍ ଏବଂ ସମାନ ପଏଣ୍ଟ ସହ ଓଡିଆ ଆଇଏମ୍ ସମ୍ବିତ ପଣ୍ଡା ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ସି’ ବର୍ଗରେ ହରିଆନାର ବ୍ୟୋମ ମାଲହୋତ୍ରା ୯ ରାଉଣ୍ଡରୁ ସର୍ବାଧିକ ୮ ପଏଣ୍ଟ ପାଇ ଚାମ୍ପିଅନ୍, ସମାନ ପଏଣ୍ଟ ରଖି ଇଶା ସିହ୍ନା ରନର୍ସଅପ୍, ଆରିତ କପିଲ ତୃତୀୟ ଏବଂ ଓଡିଶାର ସୃଜନ ପ୍ରଣୟୀ ରୟ ଚତୁର୍ଥ ସ୍ଥାନ ହାସଲ କରିଥିଲେ । ଉଦ୍ଯାପନୀ ଉତ୍ସବରେ ସର୍ବଭାରତୀୟ ଚେସ୍ ସଂଘ ସଭାପତି ଡ. ସଂଜୟ କପୁର ମୁଖ୍ୟ ଅତିଥି ଏବଂ ସୋଆ କୁଳପତି ପ୍ରଫେସର ପି.କେ ନନ୍ଦ, ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସଂଘର ସଭାପତି ଜି.ସି ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଶଙ୍କର ପ୍ରସାଦ ମିଶ୍ର ଏବଂ ତାପସ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।
“The eyes believe themselves, the ears believe other people.”
More Stories
ଇଂଲଁଣ୍ଡ-ଇଣ୍ଡିଆ ମୁହାଁମୁହିଁ
ରଣଜୀ ଟ୍ରଫି ଖେଳିବେ କୋହଲି
ଖେଳରତ୍ନର ବିଜେତା ହେଲେ ଗୁକେଶ୍, ମନୁ..