The Topmost

“The eyes believe themselves, the ears believe other people.”

ଚିଲଡ୍ରେନ ଡେ କେୟାର ସେଣ୍ଟରରେ ଆଖିବୁଜା ଗୁଳିମାଡ

ଚିଲଡ୍ରେନ ଡେ କେୟାର ସେଣ୍ଟରରେ ଆଖିବୁଜା ଗୁଳିମାଡ । ଏଠାରେ କୁନି କୁନି ପିଲା ସେମାନଙ୍କ ଅଭିଭାବକ.ଶିକ୍ଷକଙ୍କ ସମେତ ଶହେରରୁ ଅଧିକ ଲୋକଙ୍କ ଉପରେ ଗୁଳିମାଡ ହୋଇଛି । ହଠାତ ଜଣେ ଆତତାୟୀ ସେଠାରେ ପହଞ୍ଚି ଆଖିବୁଜା ଗୁଳିମାଡ କରିଥିଲେ । କେହି କିଛି ବୁଝିବା ଆଗରୁ ରକ୍ତର ହୋଲିରେ ବୁଡିଯାଇଥିଲା ଚାଇଲ୍ଡ ସେଣ୍ଟର । ଚାଇଲ୍ଡ କେୟାର ସେଣ୍ଟରରେ ହୋଇଥିବା ଆଖିବୁଜା ଗୁଳିମାଡରେ ଏବେ ସୁଦ୍ଧା ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ରହିଛନ୍ତି । ଭୟଙ୍କର ଗୁଳିମାଡରେ ମୃତ୍ୟୁ ସଂଖ୍ୟା ଅଧିକ ବୃଦ୍ଧି ପାଇବା ଆଶଙ୍କା ରହିଛି । ପୋଲିସ କହିଛି, ଗୁଳିମାଡ କରିଥିବା ବ୍ୟକ୍ତି ଜଣଙ୍କ ଜଣେ ପୂର୍ବତନ ପୋଲିସ ଅଧିକାରୀ । ନିକଟରେ ତାଙ୍କୁ ଚାକିରିକୁ ନିଲମ୍ବିତ କରାଯାଇଥିଲା । ତେବେ ଏହି ଆତତାୟୀ କେବଳ ଚିଲଡ୍ରେନ ଡେ କେୟାର ସେଣ୍ଟର ଉପରକୁ ଗୁଳିମାଡ କରିନି ବରଂ ନିଜ ପତ୍ନୀ, ପିଲାଙ୍କୁ ମଧ୍ୟ ଗୁଳିମାଡ କରିବା ପରେ ନିଜ ଉପରେ ମଧ୍ୟ ଫାୟରିଂ କରିଥିଲା ।