ଫିସିଂ ବୋଟରେ ଅଗ୍ନିକାଣ୍ଡ । ମାଛ ଧରୁଥିବାବେଳେ ଟ୍ରଲରରେ ଲାଗିଲା ନିଆଁ । ଭଦ୍ରକ ଜିଲ୍ଲା ଧାମରା ସୁମୁଦ୍ରରେ ଅବଦୁଲ କାଲାମ ଦ୍ୱୀପ ନିକଟରେ ଫିସିଂ ବୋଟରେ ଅଗ୍ନିକାଣ୍ଡ । ଫଳରେ ମଝି ସମୁଦ୍ରରେ ବୁଡିଗଲା ଟ୍ରଲର । ମେରାଇନ ପୋଲିସ ୧୦ ଜଣ ଧୀବରଙ୍କୁ ଉଦ୍ଧାର କରିଛି । ଧାମରା ସମୁଦ୍ର ମଧ୍ୟରେ ଅବଦୁଲ କାଲାମ ଦ୍ୱୀପ ନିକଟରେ ଏକ ଫିସିଂ ଟ୍ରଲରରେ ଅଗ୍ନିକାଣ୍ଡ ଘଟିବାରୁ ଟ୍ରଲରଟି ସମୁଦ୍ର ମଧ୍ୟରେ ବୁଡିଯାଇଛି l ୧୦ ଜଣ ମତ୍ସ୍ୟଜୀବୀ ମାଛ ଧରୁଥିବା ବେଳେ ଟ୍ରଲରଟିରେ ନିଆଁ ଲାଗିଯାଇଥିଲା । ଅନ୍ୟ ଟ୍ରଲରରେ ଥିବା ଧୀବର ୧୦ଜଣ ଧୀବରଙ୍କୁ ଉଦ୍ଧାର କରି ମେରାଇନ ପୋଲିସକୁ ହସ୍ତାନ୍ତର କରିଛନ୍ତି l ଧାମରା ଦୋଷୀଙ୍ଗା ପଞ୍ଚାୟତର ଟ୍ରଲର ମାଲିକ ସମରେଶ ପରିଡ଼ାଙ୍କ ଟ୍ରଲର ମାଆ ପଦ୍ମାବତୀରେ ୧୦ ଜଣ ଧୀବର ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ l ଟ୍ରଲରରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିବାରୁ ସମୁଦ୍ର ମଧ୍ୟରେ ଟ୍ରଲରଟି ଜଳିବାକୁ ଲାଗିଥିଲା । ଅଗ୍ନି ପ୍ରଖର ହେବାରୁ ଟ୍ରଲରରେ ଥିବା ଧୀବରମାନେ ନିଜ ଜୀବନ ବଞ୍ଚାଇବା ପାଇଁ ସେଫ୍ଟି ଜ୍ୟାକେଟ ସାହାଯ୍ୟରେ ସମୁଦ୍ରକୁ ଡେଇଁଥିଲେ । ସମୁଦ୍ର ମଧ୍ୟରୁ ଉକ୍ତ ୧୦ ଧୀବରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା