ଆନ୍ଧ୍ରପ୍ରଦେଶ ତିରୁପତି ଜିଲ୍ଲା ରେନିଗୁଣ୍ଟାର ଏକ କ୍ଲିନିକରେ ଲାଗିଲା ନିଆଁ । ଏଥିରେ ଡାକ୍ତରଙ୍କ ସହ ତାଙ୍କର ଦୁଇ ପୁଅ ଝିଅଙ୍କର ମୃତ୍ୟୁ ହୋଇଛି । ଡାକ୍ତରଙ୍କ ମା’ ଓ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଡାକ୍ତର ରବିଶଙ୍କର ରେଡ୍ଡି ତଳ ଘରେ କ୍ଲିନିକ୍ କରି ରୋଗୀ ଦେଖୁଥିଲେ । ମଝି ଓ ଉପର ମହଲାରେ ତାଙ୍କର ପରିବାର ରହୁଥିଲେ । ରବିବାର ଭୋର ପାଖାପାଖି ୩.୩୦ଟାରୁ ୪ଟା ମଧ୍ୟରେ ପରିବାର ଲୋକେ ଶୋଇଥିବାବେଳେ ତଳ ମହଲାରେ ନିଆଁ ଲାଗିଯାଇଥିଲା । ନିଆଁ ସର୍ଟସର୍କିଟ୍ ଯୋଗୁଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଗଭୀର ନିଦରେ ଥିବାରୁ ନିଆଁ ଲାଗିଥିବା ଘର ଲୋକେ ଜାଣିପାରିନଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଓ ଦମକଳ ତୁରନ୍ତ ସେଠାରେ ପହଞ୍ଚିଥିଲେ ବି ଉଦ୍ଧାର କରିବା ବେଳେକୁ ଡାକ୍ତର ରବିଶଙ୍କର ଓ ତାଙ୍କ ୨ ପୁଅ ଝିଅ ପ୍ରାଣ ହରାଇସାରିଥିଲେ । ଏବଂ ତାଙ୍କ ପତ୍ନୀ ଓ ମା’ ଗୁରୁତର ହୋଇଯାଇଥିଲେ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ