ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ । ୧୮୬୯ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ । ଗାନ୍ଧୀଙ୍କ ଅହିଂସାର ମାର୍ଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଅର୍ନ୍ତଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଉଛି । ଅହିଂସା ମାଧ୍ୟମରେ କିଭଳି ବିନା ଅସ୍ତ୍ର ଓ ରକ୍ତପାତରେ ନିଜର ଅଧିକାର ହାସଲ କରିହେବ ସାରା ବିଶ୍ବବାସୀଙ୍କୁ ମହାତ୍ମା ଗାନ୍ଧୀ ଶିକ୍ଷା ଦେଇଯାଇଛନ୍ତି । ଦକ୍ଷିଣ ଆଫ୍ରିକାର କଳାଗୋରା ଭେଦଭାବ ବିରୋଧରେ ହେଉ କି ଭାରତର ସ୍ବାଧୀନତା ସଂଗ୍ରାମ ସବୁଠି ତାଙ୍କ ସତ୍ୟ ଓ ଅହିଂସା ଆଗରେ ପ୍ରତିପକ୍ଷର ଗର୍ବ ଓ ଦମ୍ଭ ଭାଙ୍ଗି ହୋଇଯାଇଛି । ଅହିଂସା ପଥରେ ଦେଶ ପାଇଁ ସ୍ବାଧୀନତା ଆଣିଦେଇ ଏହି ମହାନ ଆତ୍ମା ଆଜି ଭାରତୀୟଙ୍କ ହୃଦୟ ମଧ୍ୟରେ ଅମର ହୋଇ ରହିଛନ୍ତି।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
ଶୀତରୁ ବଞ୍ଚିବାର ସହଜ ଉପାୟ