୩୯ ବୟସର ଯୁବକ ହେଉଛନ୍ତି ୧୦୦ ଛୁଆର ବାପା । ଏ କଥା ସମ୍ପୂର୍ଣ୍ଣ ସତ । ଋଷରେ ଏହି ବ୍ୟକ୍ତି ଜଣଙ୍କ ଏଭଳି କରି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଋଷର ଏହି କୋଟିପତି ସୋସିଆଲ ମିଡିଆରେ ଦାବି କରିଛନ୍ତି ଯେ ସେ ମାତ୍ର ୩୯ ବର୍ଷ ବୟସରେ ୧୦୦ ସନ୍ତାନର ବାପା ହୋଇପାରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି ।
ରିପୋର୍ଟ ଅନୁସାରେ ଯୁବକଙ୍କ ନାଁ ହେଉଛି ପାଭେଲ୍ ଡ୍ୟୁରୋଭ୍ । ସେ ଏକ ଟେଲିଗ୍ରାମ ପୋଷ୍ଟରେ କହିଛନ୍ତି ଯେ ସେ କିପରି ବାହା ନହୋଇ ମଧ୍ୟ ୧୦୦ଟି ପିଲାର ବାପା ହୋଇପାରିଛନ୍ତି । ସେ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ସେ ଏକାକୀ ରହିବାକୁ ପସନ୍ଦ କରନ୍ତି ଏବଂ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । ତେବେ ସେ ୧୦୦ ପିଲାର ବାପା କିପରି ହେଲେ ସେ ରହସ୍ୟର ଖୁଲାସା କରିଛନ୍ତି । ପାଭେଲ୍ ହେଉଛନ୍ତି ଜଣେ ସ୍ପର୍ମ ଡୋନର । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୨ ଦେଶର ପ୍ରାୟ ୧୦୦ ଦମ୍ପତିଙ୍କୁ ପିତାମାତା ହେବାରେ ସାହାଯ୍ୟ କରିଛନ୍ତି । ପାଭେଲ କହିଛନ୍ତି ଯେ ୧୫ ବର୍ଷ ପୂର୍ବେ ସେ ତାଙ୍କର ଜଣେ ବନ୍ଧୁଙ୍କ ଅନୁରୋଧ କ୍ରମେ ସ୍ପର୍ମ ଡୋନେଟ୍ କାମ ଆରମ୍ଭ କରିଥିଲେ।
ପାଭେଲ ଡ୍ୟୁରୋଭଙ୍କ କହିବା ଅନୁଯାୟୀ ତାଙ୍କ ବନ୍ଧୁ ଏବଂ ତାଙ୍କ ପତ୍ନୀଙ୍କର ସନ୍ତାନ ହେଉନଥିଲା । ଏଥିପାଇଁ ତାଙ୍କ ବନ୍ଧୁ ଅନେକ ଡାକ୍ତରଙ୍କ ନିକଟକୁ ଯାଇଥିଲେ, କିନ୍ତୁ କୌଣସି ସମାଧାନ ମିଳିଲା ନାହିଁ । ଶେଷରେ ପାଭେଲଙ୍କ ସହାୟତାରେ ତାଙ୍କ ବନ୍ଧୁ ଏବଂ ତାଙ୍କ ପତ୍ନୀ ବାପା ମା’ ହୋଇପାରିଲେ । ପାଭେଲଙ୍କ ଅନୁସାରେ ସେ କେବଳ ତାଙ୍କ ସାଙ୍ଗଙ୍କୁ ସାହାଯ୍ୟ କରିଛନ୍ତି ତାହା ନୁହେଁ ବର ଅନେକ ଦମ୍ପତିଙ୍କୁ ସାହାଯ୍ୟ କରିଛନ୍ତି ।
More Stories
ଖାଲି ମିଠା କମେଇଲେ କମିବନି ଡାଇବେଟିସ୍
ଚୁଟକିରେ ଭଲ ହେବ ଆଖି ଧରା
ବୋନ୍ ଟ୍ୟୁମର କଣ