ବଦଳିବ ମାଓ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଆଦିବାସୀଙ୍କ ଭାଗ୍ୟ । ରାଜସ୍ଥାନରେ ଚାଷ ହେଉଥିବା ମସଲା ମଧ୍ୟ କୋରାପୁଟରେ ଚାଷ ହେବ । ଏହି ସବୁ ମସଲା ମଧ୍ୟରେ ରହିଛି ଜିରା, ପାନମଧୁରି, ଧନିଆ, ଜୁଆଣୀ, କଳାଜିରା ଓ ମେଥି ଇତ୍ୟାଦି । ଭାରତୀୟ କୃଷି ଗବେଷଣା ପରିଷଦ- ମସଲାବୀଜ ଜାତୀୟ ଗବେଷଣା କେନ୍ଦ୍ର ଆଜମେରର ନିର୍ଦ୍ଦେଶକ ଶୈଳେନ୍ଦ୍ରନାଥ ସାକ୍ସେନା ଏନେଇ ସୂଚନା ଦେଇଛନ୍ତି । ଆଇସିଏଆର୍-ଏନ୍ଆର୍ସିଏସ୍ଏସ୍ ଆଜମେର ଦ୍ବାରା ଗତ ବର୍ଷ ଅକ୍ଟୋବରରେ ଏ ନେଇ ଓଡ଼ିଶା ସରକାରଙ୍କ ଠାରୁ ପ୍ରସ୍ତାବ ମଗାଯାଇଥିଲା । ମସଲା ଚାଷ ପାଇଁ ଚଳିତ ମାସ ୨୧ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୬୦.୮୨ ଲକ୍ଷ ଟଙ୍କା ମଂଜୁର ହୋଇଛି। ତିନି ବର୍ଷ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କୋରାପୁଟରେ ଜାରି ରହିବ। ଓଡ଼ିଶା ସରକାର ପାଣ୍ଠି ପ୍ରଦାନ କରିବା ପରେ ଆସନ୍ତା ଅକ୍ଟୋବର -ନଭେମ୍ବରରେ ଆଜମେର କେନ୍ଦ୍ରର ୩ ଜଣ ବୈଜ୍ଞାନିକ କୋରାପୁଟ ଗସ୍ତ କରିବେ। ଡଃ ସାକସେନାଙ୍କ ସୂଚନା ହେଲା ହେକ୍ଟର ପିଛା ଚାଷୀମାନେ ୧୦ କୁଇଣ୍ଟାଲ ପର୍ଯ୍ୟନ୍ତ ମସଲା ଉତ୍ପାଦନ କରିପାରିବେ। ଏହା ଦ୍ବାରା ସ୍ଥାନୀୟ ଚାଷୀମାନେ ଅଧିକ ରୋଜଗାର କରିପାରିବେ ବୋଲି ସେ କହିଛନ୍ତି ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ