ପାଖେଇ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଏଥିପାଇଁ ବିଜେପି ଏହାର ସଂକଳ୍ପ ପତ୍ର ଜାରି କରିଛି । ରବିବାର କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ପ୍ରଦେଶ ବିଜେପି ଅଧ୍ୟକ୍ଷ ଆଶୀଷ ସେଲାର, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ଅନ୍ୟ ନେତାଙ୍କ ଉପସ୍ଥିତିରେ ବିଜେପି ଏହି ସଂକଳ୍ପ ପତ୍ର ଜାରି କରିଛି ।
ଦଳ ଏହାର ସଂକଳ୍ପ ପତ୍ରରେ ୨୫ଟି ପ୍ରତିଶ୍ରୁତି ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଆସନ୍ତା ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ସଂକଳ୍ପ ପତ୍ର ଜାରି କରିଛି । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଥିଲେ କି ସମସ୍ତ ସ୍କୁଲ ଏବଂ କଲେଜରେ ଇଓ ତାଲିମ ଦିଆଯିବ । ପ୍ରାୟ ୨୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ବରିଷ୍ଠ ନାଗରିକଙ୍କ ପାଇଁ ପେନସନ ସୁବିଧା ସହ ଫିନ୍ ଟେକା ଏବଂ ଏରୋନୋଟିକ୍ସରେ ଅଧିକ ଫୋକସ ରହିବ । ଫଳରେ ଯୁବପିଢ଼ିଙ୍କୁ ଅଧିକ ସୁଯୋଗ ମିଳିପାରିବ । ଅପରପକ୍ଷରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରି କହିଥିଲେ କି ଅନେକ ସମୟରେ କଂଗ୍ରେସ ଏହାର ପ୍ରତିଶ୍ରୁତି ପୂରଣ କରିନଥାଏ । କେହି ବିଶ୍ୱାସ କରୁନଥିଲେ କି ୩୭୦ ଧାରା ହଟାଯିବ, ସିଏଏ ଲାଗୁ ହେବ, ଟ୍ରିପଲ ତଲାକ ସମାପ୍ତ ହେବ । ଏହି ସବୁ ମୋଦୀ ଜୀ କରିଛନ୍ତି । ବିଜେପି ଘୋଷଣା ପତ୍ରରେ ଜନତାଙ୍କ ପାଇଁ କ’ଣ ରହିଛି ?
– ସରକାର ଗଠନର ୧୦୦ ଦିନ ମଧ୍ୟରେ ଭିଜନ ମହାରାଷ୍ଟ୍ର ଅ୨୦୦୯ ଦାଖଲ କରିବାକୁ ପ୍ରତିଶ୍ରୁତି
– ୨୫ ଲକ୍ଷ ରୋଜଗାର ସୃଷ୍ଟି
– ୧୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାସିକ ୧୦ ହଜାର ଟଙ୍କା ଟ୍ୟୁସନ୍ ଫି ଦିଆଯିବ
– ଲାଡଲୀ ବହନ ଯୋଜନା ଅନ୍ତର୍ଗତ ୨୧୦୦ ଟଙ୍କା ଦିଆଯିବ
– କୃଷକଙ୍କ ଋଣ ଛାଡ଼
– ମୂଲ୍ୟ ବିନିମୟ ଯୋଜନା ଲାଗୁ କରାଯିବ
– ଆର୍ଥିକ ସହାୟତା ଯୋଜନାରେ ୧୫୦୦ ପରିବର୍ତ୍ତେ ୨୧୦୦ ଟଙ୍କା ଦିଆଯିବ
– ୫୦ ଲକ୍ଷ ଲକ୍ଷପତି ଦିଦି କରାଯିବ
– ମେକ୍ ଇନ୍ ମହାରାଷ୍ଟ୍ର ପାଇଁ ପ୍ରୟାସ
– ଫିନଟେକ ଏବଂ ଏଆଇରେ ନିବେଶ
More Stories
ନବ ଦାସଙ୍କ ଭାଇ ଘରେ ଆୟକର ରେଡ୍
ଚିନ୍ତାରେ ଇଣ୍ଡି ମେଣ୍ଟ, ଦଳରେ ଚାଲିଛି ଗୋଳମାଳ
ଭାରତ ପାଇଁ ପରବର୍ତ୍ତୀ ରାସ୍ତା କଣ?