କଟକ ନକଲି ଔଷଧ ମାମଲାରେ ପୋଲିସକୁ ବଡ ସଫଳତା । ବିହାରରୁ ଗିରଫ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଲା ପୋଲିସ । ତିନି ଦିନିଆ ଟ୍ରାଂଜିଟ୍ ରିମାଣ୍ଡରେ ଆଣି ପଚରାଉଚରା କରିବ ପୋଲିସ । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ଓଡ଼ିଶାକୁ ଆସୁଥିବା ନକଲି ମେଡିସିନ୍ ଘଟଣାରେ ଏମାନଙ୍କ ସଂପୃକ୍ତି ରହିଥିବା କଟକ ଡିସିପି ସୂଚନା ଦେଇଛନ୍ତି । ନକଲି ମେଡିସିନ ଘଟଣାର ତଦନ୍ତ ପାଇଁ ବିହାର ଯାଇଥିଲା କମିଶନରେଟ୍ ପୋଲିସ । ନକଲି ଔଷଧ ଯୋଗାଇ ଦେଉଥିବା ଦୁଇ ବ୍ୟବସାୟୀଙ୍କୁ ଶନିବାର ଗିରଫ କରିଥିଲା କମିଶନରେଟ୍ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଆଲୋକ ମିଶ୍ରା ଓ ହରିଶ କୁମାର । ଏମାନେ ବାଲାଜୀ ଏଜେନ୍ସି ଓ ବାଲାଜୀ ଡ୍ରଗ୍ ପଏଣ୍ଟ ନାଁରେ ଚଳାଉଥିଲେ ଦୁଇଟି ସଂସ୍ଥା । ଏମାନଙ୍କୁ ୪୨୦ ଓ ୩୩୬ ଦଫାରେ ଗିରଫ କରିଛି ପୋଲିସ । ଦୁଇ ଅଭିଯୁକ୍ତଙ୍କର ଲାଇସେନ୍ସ ଓ ବିଲ୍ ମଧ୍ୟ ନକଲି ବୋଲି ସୂଚନା ଦେଇଛନ୍ତି ଡିସିପି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା