ଦଶହରା ପୂର୍ବରୁ ମୋହନ ମାଝୀଙ୍କ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ୪୬%ରୁ ବଢ଼ି ଏହି ମହଙ୍ଗା ଭତ୍ତା ୫୦%ରେ ପହଞ୍ଚିଛି। ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ।ସୂଚନାଯୋଗ୍ୟ, ରାଜ୍ୟରେ ସରକାର ପରିବର୍ତ୍ତନ ହେବାର ପ୍ରାୟ ୪ ମାସ ପୂର୍ତ୍ତି ଅବସରରେ ମୋହନ ମାଝୀ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି।
ଏହା ଦ୍ବାରା ଲକ୍ଷାଧିକ କର୍ମଚାରୀ ଉପକୃତ ହେବେ। ତେବେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ରାଜ୍ୟ ଉଦ୍ୟୋଗରେ କାର୍ଯ୍ୟରତ ଯୋଗ୍ୟ କର୍ମଚାରୀଙ୍କୁ ହିଁ ମିଳିପାରିବ। ସେଥିପାଇଁ ସାଧାରଣ ଉଦ୍ୟୋଗ ବିଭାଗ ମୋଟ ୯ଟି ସର୍ତ୍ତ ରଖିଛି । ଏହି ସର୍ତ୍ତସବୁ ପୂରଣ କରୁଥିବା ରାଜ୍ୟ ସରକାରଙ୍କ ଉଦ୍ୟୋଗଗଡ଼ିକୁ ନିଜର କର୍ମଚାରୀମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ନିଜ ପାଣ୍ଠିରୁ ହିଁ ଦେଇପାରିବେ। ଏଥିପାଇଁ ରାଜ୍ୟ ସରକାର କୌଣସି ଆର୍ଥିକ ସହାୟତା ଦେବେ ନାହିଁ।
More Stories
ଜାଣନ୍ତୁ କଣ ଏହି ଲକ୍ଷପତି ଦିଦି ସହାୟିକା ଯୋଜନା, କିଏ ପାଇବେ ସାହାଯ୍ୟ
କୌଣସି ଯନ୍ତ୍ର ବିନା ନିଜେ ମାପନ୍ତୁ ସୁନାର ସୁଦ୍ଧତା
cyber security, ଓଡିଆ ଝିଅ ପ୍ରାଚୀ ମହାପାତ୍ରଙ୍କ କମାଲ