ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ଗୃହରେ ୨୮ ହଜାର ୨୦୦ କୋଟିର ଅତିରିକ୍ତ ବଜେଟ ଆଗତ କରିଥିଲେ । ସେହିପରି ପଞ୍ଚୟତରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନିର୍ମାଣ ପୌର ଉନ୍ନୟନ, ଜଙ୍ଗଲ ପରିବେଶ, ଦକ୍ଷତା ବିକାଶ ଓ ବୈଶୟିକ ଶିକ୍ଷା ସମେତ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରଶ୍ନକାଳ ରହିଛି । ତେବେ ଆଜି ଗୃହ କାର୍ଯ୍ୟ ସ୍ବାଭାବିକ ଚାଲିବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିରୋଧୀ ବିଜେପି ଗୃହରେ ଜାଣିଶୁଣି ଗୃହ କାର୍ଯ୍ୟ ଚଳାଇ ନଦେବାକୁ ବିଭିନ୍ନ ଆଭିମୁଖ୍ୟ ଗ୍ରହଣ କରୁଛି । ଅନ୍ୟପଟେ ଗୃହକୁ ସ୍ବାଭାବିକ ଭାବେ ଚାଲିବାକୁ ଅପିଲ କରିଛନ୍ତି ବିଧାୟକ ନରସିଂହ ମିଶ୍ର । ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ଯେ ବିଜେପି ବିଧାୟକ ମାନେ ବିଧାନସଭାରେ ଜନବିରୋଧୀ ନୀତି ଆପଣାଇଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା