ଓଡ଼ିଆ ୬ଷ୍ଠ ତମ ଭାରତୀୟ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିସାରିଛି । ଏହି ଭାଷାକୁ ବିକଶିତ କରିବା ନିମନ୍ତେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆୟୋଜିତ ବିମର୍ଶରେ ବକ୍ତାମାନେ ମତ ରଖିଛନ୍ତି । ଶନିବାର ଠାରୁ ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ୩ ଦିନିଆ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ସୋଆ ଠାରେ ରବିବାର ଦୁଇ ଦିନ ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ବିମର୍ଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଓଡ଼ିଶା ସରକାରଙ୍କର ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମବୀ ଶ୍ରୀ ନିରଞ୍ଜନ ପୁଜାରୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ଓଡ଼ିଆ ଭାଷାର ବଳିଷ୍ଠ ଐତିହ୍ୟ ଓ ପରମ୍ପରା ରହିଛି ବୋଲି କହିବା ସହ ୧୯୩୬ ମସିହାରେ ଭାଷା ଭିତିକ ରାଜ୍ୟ ଭାବେ ଓଡ଼ିଶାକୁ ମାନ୍ୟତା ଦିଆଯାଇଥିଲା ବୋଲି କହିଥିଲେ । ଯୁବ ଓଡ଼ିଆ ଏବଂ ବିଶେଷ କରି ଯେଉଁମାନେ ରାଜ୍ୟ ଅଥବା ଦେଶ ବାହାରେ ରହୁଛନ୍ତି ସେମାନଙ୍କ ମନରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ଜନ୍ମାଇବା ଏବଂ ସେମାନଙ୍କୁ ମାତୃଭାଷା ବିଷୟରେ ସଚେତନ କରାଇବା ସହ ସେମାନେ ଯେପରି ଏଥିପାଇଁ ଗର୍ବ ଅନୁଭବ କରିବେ ସେହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଏହି ୩ ଦିନିଆ ବିଶ୍ୱ ଓଡ଼ିଆ ଭାଷା ସମ୍ମିନୀର ଆୟୋଜନ କରିଛନ୍ତି ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍