ସୁଭଦ୍ରା ଯୋଜନାକୁ ନେଇ ଏବେ ବି ଲାଗିଛି ଦ୍ୱନ୍ଦ୍ୱ । କିଛି ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିବା ବେଳେ କିିଛି ମହିଳାଙ୍କ ଆକାଉଣ୍ଟକୁ ଏପର୍ଯ୍ୟନ୍ତ ଟଙ୍କା ଆସିନାହିଁ । ସବୁଠୁ ବଡ଼ କଥା ହେଉଛି ପ୍ରଥମେ ଆବେଦନ କରିଥିବା ମହିଳାଙ୍କୁ ସୁଭଦ୍ରା ଟଙ୍କା ଆସିନଥିବା ବେଳେ ପରେ ରେଜିଷ୍ଟ୍ରେସନ କରିଥିବା ମହିଳାଙ୍କୁ ମିଳିିଛି ଏହି ଟଙ୍କା ।

ସେପ୍ଟେମ୍ୱର ୧୭ ପୂର୍ବରୁ ଜନସେବା କେନ୍ଦ୍ରରେ ଆପ୍ଲାଏ କରିବା ପରେ ହିତାଧିକାରୀଙ୍କୁ ଏକ ରସିଦ ପ୍ରଦାନ କରାଯାଇଥିଲା । ଯାହା ଆଧାରରେ ସେମାନଙ୍କ ରେଜିଷ୍ଟ୍ରେସନ ସଫଳ ହୋଇଛି ବୋଲି ସ୍ପଷ୍ଟ ହୋଇଯାଇଥିଲେ । କିନ୍ତୁ ୧୭ ତାରିଖରେ ସେମାନଙ୍କ ପାଖକୁ ଟଙ୍କା ଆସିନଥିଲା । ଏବେ ସେମାନେ ଦ୍ୱିତୀୟ ରେଜିଷ୍ଟ୍ରେସନ କରିବା ଜରୁରୀ କି ପ୍ରଶ୍ନ ଉଠିଛି ।
ମିଳିଥିବା ସୂଚନା ଅନୁସାରେ ସେମାନଙ୍କୁ ଦ୍ୱିତୀୟ ଥର ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ । ସେମାନଙ୍କ ଆପ୍ଲିକେସନ ସରକାରଙ୍କ ବିରାରଧୀନ ଅଛି । ତେଣୁ ଦ୍ୱିତୀୟ ଥର ରେଜିଷ୍ଟ୍ରେସନ କଲେ କୌଣସି ଫାଇଦା ନାହିଁ । ଅଧିକ ସୂଚନା ପାଇଁ ହିତାଧିକାରୀମାନେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅନଲାଇନ ସୁଭଦ୍ରା ପୋର୍ଟାଲରେ ପରିଦର୍ଶନ କରିପାରିବେ। ସରକାରୀ ସାଇଟରେ ଆପଣଙ୍କ ଫର୍ମର ସ୍ଥିିତି ବାବଦରେ ସବିଶେଷ ତଥ୍ୟ ଉଲ୍ଲେଖ ଥିବ । ଯଦି ଏହା ବାତିଲ ହୋଇଯାଇଥିବ ତେବେ ଏହା ରିଜେକ୍ଟ ଦର୍ଶାଇବ । ନଚେତ ପରବର୍ତ୍ତୀ କିସ୍ତି ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍